ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୭୮୩

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୂତାଣୁ ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା ୧୭୮୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ଏହି ମାରାତ୍ମକ ଭାଇରସରେ ଦେଶର ୫୨ ହଜାର ୯୫୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୫ ହଜାର ୯୦୨ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୧୫ ହଜାର ୨୬୭ ଜଣ।

ସେହିପରି କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୧୬ ହଜାର ୭୫୮ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ୭୫୧ ଜଣ ଜୀବନ ହରାଇଛନ୍ତି। ଗୁଜୁରାଟରେ ୩୯୬, ମଧ୍ୟପ୍ରଦେଶରେ ୧୫୮, ରାଜସ୍ଥାନରେ ୯୨ ଜଣ, ଦିଲ୍ଲୀରେ ୬୫, ଉତ୍ତରପ୍ରଦେଶରେ ୬୦, ପଶ୍ଚିମବଙ୍ଗରେ ୧୪୪ ଜଣ ଲୋକ ଜୀବନ ହରାଇଛନ୍ତି ।