ବିଶାଖାପାଟନମର ଏକ କମ୍ପାନୀରୁ ବିଶାକ୍ତ ଗ୍ୟାସ ଲିକ୍ ହୋଇ ୩ ମୃତ, ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବିଶାଖାପାଟନମର ଏକ କମ୍ପାନୀରୁ ବିଶାକ୍ତ ଗ୍ୟାସ ଲିକ୍ ହୋଇ ୫ ମୃତ, ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ବିଶାଖାପାଟନମ,ଏଜେନ୍ସି: ଆନ୍ଧ୍ର ବିଶାଖାପାଟନମର ଆରଆର ଭେଙ୍କଟାପୁରମ ଅଞ୍ଚରେ ଥିବା ଏକ ଏଲଜି ପଲିମରସ କମ୍ପାନୀରୁ ବିଶାକ୍ତ ଗ୍ୟାସ ନିର୍ଗତ ପାଖାପାଖି ୫ଟି ଗାଁର ୨୦୦ରୁ ଅଧିକ ଲୋକ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଲଜି ପଲିମରସ କମ୍ପାନୀରେ ଆଜି ଏହି ବିଶାକ୍ତ ଗ୍ୟାସ ଲିକ୍ ହୋଇ ଏଭଳି ଘଟଣା ଘଟିଛି।

ସୂଚନା ଅନୁସାରେ ବହୁ ଦିନ ଧରି ଲକଡାଉନ ପରେ ଗତ ୨ ଦିନ ତଳେ ସେଠାରେ କାମ ଆରମ୍ଭ ହୋଇଥିଲା। ଆଜି ସକାଳ ୪ଟାରେ ଏହି ଏଲଜି ପଲିମରସ କମ୍ପାନୀରେ କର୍ମଚାରୀମାନେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ କମ୍ପାନୀର ଏକ ବିଶାକ୍ତ ଗ୍ୟାସ ପାଇପ୍ ଫାଟି ଯାଇଥିଲା। ଫଳରେ ଏହି ବିଶାକ୍ତ ଗ୍ୟାସଟି ଚାରିଆଡେ ଖେଳେଇ ହୋଇଯାଇଥିଲା। ଏହି ଗ୍ୟାସଟି ବହୁ ମାତ୍ରାରେ ଲିକ୍ ହୋଇ ପାଖାପାଖି ୫ଟି ଗାଁରେ ବ୍ୟାପିଯାଇଥିଲା।

ଲୋକମାନେ ଏହି ଗ୍ୟାସ ସଂସ୍ପର୍ଶରେ ଆସିବାରୁ ସେମାନେ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା, ଆଖିକୁ ଦେଖା ଦେଇନଥିଲା ଅନେକ ଲୋକ ଅଚେତ ହୋଇପଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ପାଖାପାଖି ୨୦୦ରୁ ଅଧିକ ଲୋଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୫ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେଥିରେ ୨ଜଣ ମହିଳା ଓ ଜଣେ ଶିଶୁ ଥିବା ଜଣାପଡ଼ିଛି।

ଏଥିସହ ପାଖ ଆଖରେ ଥିବା ୫ ଗ୍ରାମକୁ ଖାଲି କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।