ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣା,ଏନ୍ଏନ୍ଏସ୍ : ସାରାଦେଶରେ କରନା ଯୋଗୁଁ ସାଧାରଣ ଜନତା ଲାକଡାଉନରେ ଥିବାବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଥିବା ରକ୍ତ ଭଣ୍ଡାର ଗୁଡିକରେ ରକ୍ତ ଅଭାବ ଦେଖାଯାଇଛି। ଫଳରେ ଗୁରୁତର ରୋଗୀମାନଙ୍କ କ୍ଷେତ୍ରରେ ରକ୍ତ ନିମନ୍ତେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ ଦେଖି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ଅନ୍ତର୍ଗତ ନୂଆପଡା ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର ପାଟଣା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଛି।

ଶିବିରରେ ସାମାଜିକ ଦୂରତା ରଖି ମୋଟ ୪୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ରକ୍ତଦାନ ଶିବିରରେ ବିଜେଡି ଦଳ ତରଫରୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ , ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲା ସଭାପତି ମାଧବ ସର୍ଦାର, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି , ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ବ୍ଲକ ଉପାଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରା, ଚିନାମାଳିପଶି ସରପଞ୍ଚ କନକଲତା ନାଏକ, ନାଏବ ସରପଞ୍ଚ ରବିବନ୍ଦନ ମହାନ୍ତ, ମୂଷା ଖରୀ ସରପଞ୍ଚ ଭାମାମଣି ଦାଶ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ସାହୁ କଣ୍ଟିଆ ପଡା ସରପଞ୍ଚ ଚକ୍ରଧର ନାଏକ ସରପଞ୍ଚ ଜିଲ୍ଲା ସମବାୟ ସମିତି ସଭାପତି କନାନବିହାରି ପହି , କେନ୍ଦେଇ ପଶି ପଞ୍ଚାୟତ ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ, ପ୍ରମୁଖ ଯୋଗ ଦେଇ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କେନ୍ଦୁଝର ରକ୍ତ ଭଣ୍ଡାର ପକ୍ଷରୁ ପି ଆର ଓ ଅକ୍ଷୟ ସାହୁ, ଡ. ପ୍ରଜ୍ଞା ପାରମିତା ମହାନ୍ତ, ଟେକ୍ନିସିଆନ ଗୌରୀଶଙ୍କର ମଲ୍ଲିକ ଓ ହେମରଞ୍ଜନ ମହାନ୍ତ ଉପସ୍ଥିତରହି ରକ୍ତ ସଂଗ୍ରହ କରିଥିଲେ।