ଇସ୍ରାଏଲ ପରେ ଇଟାଲୀ କଲା କରୋନା ଭ୍ୟାକ୍ସିନ ପ୍ରସ୍ତୁତିର ଦାବି

ନୂଆଦିଲ୍ଲୀ: ଦୁନିଆକୁ କରୋନାମୁକ୍ତ କରିବା ପାଇଁ ସମସ୍ତଙ୍କ ନଜର ଏବେ ଭ୍ୟାକସିନ୍ ଉପରେ । ଏଭଳି ସ୍ଥିତିରେ ଗତକାଲି ଇସ୍ରାଏଲ ଆଉ ଆଜି ଇଟାଲୀ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରି ସରିଥିବା ଦାବି କରିଛି।
ଇଟାଲୀ ଗଣମାଧ୍ୟମର ରିପୋର୍ଟ ମୁତାବକ, ରୋମରେ କରୋନା ସହ ଜଡ଼ିତ ସ୍ପାଲନଜାନୀ ହସ୍ପିଟାଲରେ କରୋନା ଭ୍ୟାକ୍ସିନର ପରୀକ୍ଷଣ ସରିଛି। ଇତିମଧ୍ୟରେ ଏହି ଭ୍ୟାକ୍ସିନ ମୂଷା ଉପରେ ପରୀକ୍ଷଣ କରାଯାଇଥିଲା ଯାହାକି ଆଣ୍ଟିବଡି ପ୍ରସ୍ତୁତ କରିବାରେ ସଫଳ ହୋଇଥିଲା। ପରେ ଏହାର କ୍ଲିନିକାଲ ଟ୍ରାଏଲ ମଣିଷ ଉପରେ କରାଗଲା ସେଠାରେ ମଧ୍ୟ ଆଣ୍ଟିବଡି ପ୍ରସ୍ତୁତ ହୋଇଥିଲା। ରୋମର ଲଜାରୋ ସ୍ପାଲନଜାନୀ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଇନଫେକ୍ସନ ଡିଜିଜର ବିଶେଷଜ୍ଞଙ୍କ କହିବାନୁସାରେ, ଇଟାଲୀ ୫ଟି ଭିନ୍ନ ଭିନ୍ନ ଭ୍ୟାକ୍ସିନର ପ୍ରୟୋଗ କରିବା ପରେ ଶରୀରରେ ପ୍ରଚୁର ପରିମାଣରେ ଆଣ୍ଟିବଡ଼ି ତିଆରି ହେବାସହ ସଂକ୍ରମଣର ସମାପ୍ତି ଘଟିଲା। ଏଥିରୁ ଦୁଇଟି ଭ୍ୟାକ୍ସିନର ପରଣାମ ଖୁବ୍ ଭଲ ଥିଲା। ତେବେ ଇଟାଲୀର ଦାବି ଯଦି ଠିକ୍ ରୁହେ ସମଗ୍ର ବିଶ୍ୱ କରୋନା ମୁକ୍ତ ହୋଇପାରିବ।