ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ କେନ୍ଦ୍ର ସରକାର ସୁରକ୍ଷିତ ଭାବେ ଘରକୁ ଆଣିବାକୁ ଯାଉଛନ୍ତି। ସେମାନଙ୍କୁ ଆଣିବା ପାଇଁ ମେ’ ୭ରୁ ୧୩ ପର୍ଯ୍ୟନ୍ତ ୬୪ଟି ବିମାନ ପଠାଯିବ ବୋଲି ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ଏହି ବିମାନଗୁଡ଼ିକୁ ଭିନ୍ନ ଭିନ୍ନ ରାଜ୍ୟ ଓ ସହରରେ ଓହ୍ଲାଯିବ। ନେପାଳ, କତର, ମାଲେସିଆ, ଫିଲିପିନ୍ସ, ବାଙ୍ଗଲାଦେଶ ଓ ସାଉଦି ଆରବ ପ୍ରମୁଖ ଦେଶରୁ ପ୍ରବାସୀ ଭାରତୀୟଙ୍କୁ ଅଣାଯିବ। କିନ୍ତୁ ଫେରିବାର ସମସ୍ତ ଖର୍ଚ୍ଚ ଯାତ୍ରୀଙ୍କୁ ହିଁ ବହନ କରିବାକୁ ପଡ଼ିବ। ଏସବୁ ମଧ୍ୟରେ କୋଭିଡ-୧୯ର ନିୟମକୁ ପାଳନ କରାଯିବ।