ମାଲକାନଗିର,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଗ୍ଲୋବାଲ ଆଇଟି ସିଟି ମୋବାଇଲ ଦୋକାନରେ ଆଜି ଅଗ୍ନିକାଣ୍ଡ ଘଟିଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀର ନଷ୍ଟ ହୋଇ ଥିବା ଜଣାପଡ଼ିଛି। ଲକଡାଉନ ଯୋଗୁଁ ମୁଖ୍ୟ ରାସ୍ତାର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଏହି ଦୋକାନ ମଧ୍ୟାହ୍ନ ୧ଟାରେ ବନ୍ଦ ହୋଇଥିଲା। ପରେ ସନ୍ଧ୍ୟାରେ ଦୋକାନରୁ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ସ୍ଥାନୀୟ ଜଣେ ବ୍ୟବସାୟୀ ଦୋକାନ ମାଲିକଙ୍କୁ ଜଣାଇଥିଲେ। ପରେ ପରେ ଦମକଳ ବାହିନୀକୁ ଜଣାଇବା ପରେ ଦମକଳ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ କରିଥିଲେ। ତେବେ ଏହି ଘଟଣାରେ ମହେଶ୍ୱରୀ ଯୁବ ମଂଚର ସଦସ୍ୟଙ୍କ କାର୍ଯ୍ୟକୁ ପ୍ରସଂଶା କରାଯାଇଛି। ଏହି ସଦସ୍ୟମାନେ ଶାହସ ଦେଖାଇ ଦୋକାନର ପ୍ରାୟ ସମସ୍ତ ମୋବାଇଲ ଓ କମ୍ଫ୍ୟୁଟର ସାମଗ୍ରୀ ବାହାରକୁ ନେଇ ଆସିଥିଲେ। ତେବେ ଏହା ସଟ ସର୍କିଟ ଯୋଗୁଁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଯଥା ମୋବାଇଲ, ଚାର୍ଜର ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି।