ପାଟଣା,ଏନ୍ଏନ୍ଏସ୍ : କରୋନା ଭାଇରସ ପାଇଁ ସାରା ରାଜ୍ୟ ଲକଡାଉନ ଥିବାବେଳେ ଏହି ଲକଡାଉନ ସମୟରେ ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି, ଯୁବସମାଜସେବୀ ତଥା ପାଟଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାଏକ। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଟୁକୁଡ଼ିହା ପଞ୍ଚାୟତ ରସବନ୍ତଳା ଗ୍ରାମର ବିନୋଦ ନିଜ ଜନ୍ମଦିନ ଅବସରରେ ଆଜି ସାରାଦିନ ଗରିବ ଅସହାୟଙ୍କ ନିକଟରେ ରହି ନିଜର ଜନ୍ମଦିନକୁ ପାଳନ କରିଛନ୍ତି। ପାଟଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମକୁ ବୁଲି ୩୦୦ରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ଅସହାୟଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ଚାଉଳ, ଲୁଣ, ଆଳୁ, ଡାଲି ସମେତ ତେଲ ବିସ୍କୁଟ ପ୍ରଦାନ କରିବା ସହିତ ମାସ୍କ ମଧ୍ୟ ବାଣ୍ଟିଛନ୍ତି। ଏଥି ସହିତ ସମସ୍ତଙ୍କୁ କରୋନା ଭାଇରସ ଉପରେ ସଚେତନତା କରାଇବା ସହିତ ସାମାଜିକ ଦୂରତା ଅବଲମ୍ବନ କରିବାକୁ ବୁଝାଇଛନ୍ତି।