ନୂଆଦିଲ୍ଲୀ: ସଂଘ ଲୋକସେବା ଆୟୋଗ (ୟୁପିଏସି)ର ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ଲକଡାଉନ୍ ଯୋଗୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ମେ’ ୩୧ରେ ଆୟୋଜିତ ହେବାର ଥିଲା। ଆୟୋଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଲକଡାଉନ ଯୋଗୁଁ ଦେଶର ସମସ୍ତ ସ୍କୁଲ ବନ୍ଦ କରାଯାଇ ଅଧିକାଂଶ ସ୍କୁଲକୁ କ୍ୱାରେଣ୍ଟାଇନ ସେଣ୍ଟରରେ ପରିଣତ କରାଯାଇଛି। ସେଥିପାଇଁ ପରୀକ୍ଷାକେନ୍ଦ୍ର ଉପଲବ୍ଧ ନାହିଁ। ଏଥି ସହିତ ପ୍ରିଲିମ ପରୀକ୍ଷା କେବେ ହେବ ତାହା ମେ ୨୦ରେ ଘୋଷଣା କରାଯିବ।