ନୂଆଦିଲ୍ଲୀ: କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଭାରତର ୩ଟି କମ୍ପାନୀ ଟୀକା ପ୍ରସ୍ତୁତ କରି ସାରିଛନ୍ତି। ଏହାକୁ କ୍ଲିନିକାଲ ଟ୍ରାଏଲ ପାଇଁ ମଧ୍ୟ ମଞ୍ଜୁରୀ ମିଳିଯାଇଛି। ମିଳିଥିବା ରିପୋର୍ଟ ମୁତାବକ ଭାରତୀୟ କମ୍ପାନୀ ଗ୍ଲେନମାର୍କ, କେଡିଲା ହେଲଥକେୟାର ଓ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଯୁଦ୍ଧସ୍ତରରେ ଏହି ଟୀକା ପ୍ରସ୍ତୁତ କରିଛନ୍ତି। ପ୍ରଥମସ୍ତରୀୟ ଯାଞ୍ଚରେ ଏହି ୩ଟି ଟୀକା କରୋନା ବିରୋଧରେ ଖୁବ୍ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଏଥି ସହିତ କିଛି ହସ୍ପିଟାଲଙ୍କୁ ଚିହ୍ନଟ କରି ରୋଗୀଙ୍କ ଉପରେ ଟୀକାକୁ ପରୀକ୍ଷା କରିବା ପାଇଁ ମଧ୍ୟ କମ୍ପାନୀକୁ ଆଦେଶ ଦିଆଯାଇଛି। ପୁନେ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା ସିଏଚଏଡିଓଏକ୍ସ୧ ଭାରତରେ ହିଁ ଟ୍ରାଏଲ କରାଯିବ। ଗ୍ଲେନମାର୍କ ପ୍ରସ୍ତୁତ କରିଥିବା ଫାବିପିରାବିର ନାମକ ଟୀକା ପ୍ରସ୍ତୁତ କରିଛି। ଅନ୍ୟପଟେ କେଡିଲା ହେଲଥକେୟାର ବି ଏହି ଭାଇରସକୁ ମାରିବା ପାଇଁ ଆଲଫା-୨ବି ନାମକ ଟୀକା ତିଆରି କରିଛି। ଆଶା କରାଯାଉଛି ଏହି ସମସ୍ତ ଟୀକାକୁ ଚଳିତ ସପ୍ତାହରେ ହିଁ ଟ୍ରାଏଲ କରାଯିବ।