ନୂଆଦିଲ୍ଲୀ,ଏଜେନ୍ସି: ଲକଡାଉନ ଯୋଗୁଁ ଶ୍ରମିକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଶ୍ରମିକ ମାନେ ରୋଜଗାର ହରାଇଥିବା ବେଳେ ସେମାନେ ଖାଇବାକୁ ପାଉନାହାନ୍ତି। ଏବଂ ରଜ୍ୟକୁ ଫେରିବାକୁ ମଧ୍ୟ ଅର୍ଥର ଅଭାବ ରହିଛି। ଏ ନେଇ ଶ୍ରମିକମାନଙ୍କ ଟ୍ରେନ ଭଡା କଂଗ୍ରେସ ଦେବାକୁ ପ୍ରସ୍ତୁ୍ତ ଅଛି ବୋଲି ସୋନିଆ କହିଛନ୍ତି।
ରେଳ ମନ୍ତ୍ରାଳୟ ଯଦି ପ୍ରଧାନମନ୍ତ୍ରୀ କେୟାରସ ଫଣ୍ଡକୁ ୧୫୧ କୋଟି ଟଙ୍କା ଦେଇପାରୁଛି ତେବେ ଶ୍ରମିକମାନଙ୍କୁ ନିଶୁଳ୍କ ଘରକୁ କାହିଁକି ଫେରାଯାଉନାହିଁ ବୋଲି ସୋନିଆ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ଲକଡାଉନ ହେବାର ମାତ୍ର ୪ ଘଣ୍ଟା ପୂର୍ବରୁ ଘୋଷଣା କରିଥିଲେ। ଫଳରେ ଶ୍ରମିକମାନେ ଘରକୁ ଯିବା ପାଇଁ ସୁଯୋଗ ପାଇନଥିଲେ। ଏହି ସମୟରେ ଶ୍ରମିକମାନଙ୍କ ନିକଟରେ ଖାଦ୍ୟ ପେୟର ସୁବିଧା ନଥିବାରୁ ବାଧ୍ୟ ହୋଇ ସେମାନେ ପାଦରେ ଚାଲି ଚାଲି ଘର ମୁହାଁ ହେଉଛନ୍ତି। ତେଣୁ ତୁରନ୍ତ ସେମାନଙ୍କୁ ଘରକୁ ଫେରାଇବା ନେବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିବାକୁ କଂଗ୍ରେସ ଅଧ୍ୟକ୍ଷ ସେନିଆ ଗାନ୍ଧୀ ଦାବି କରିଛନ୍ତି।