ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାଗୁଡ଼ିକୁ ରେଡ, ଗ୍ରୀନ ଓ ଅରେଞ୍ଜ ଜୋନରେ ବିଭକ୍ତ କରିଛନ୍ତି। ଏଥିସହ କେଉଁ ଠାରେ କ’ଣ କଟକଣା ରହିବ ସେ ନେଇ ଏକ ଗାଇଡଲାଇନ ଜାରି କରିଛନ୍ତି। ଲକଡାଉନ କଟକଣାକୁ ନେଇ କେନ୍ଦ୍ର ଆଧାରରେ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଜାରି ହୋଇଛି। ରେଡ ଜୋନରେ ସ୍କୁଲ, ମାର୍କେଟ କମ୍ପେ୍ଲକ୍ସ ଓ ସହରାଞ୍ଚଳରେ ବଜାର ବନ୍ଦ ରହିବ। ସେହିପରି ଅଟୋଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏବଂ ପୂର୍ବ ସର୍ତ୍ତାବଳୀ ଅନୁସାରେ ଓଲା ଓ ଉବରରେ କ୍ୟାବ୍ ଚାଲୁ ରହିବ। ଅନ୍ୟପଟେ ଘରୋଇ କାରରେ ଡ୍ରାଇଭର ସହ ୨ଜଣ ପ୍ୟାସେଞ୍ଜର ଯାଇପାରିବେ ଏବଂ ବାଇକ୍ ଓ ସ୍କୁଟିରେ ୨ ଜଣ ଯାତ୍ରା ମନା। ଏଥିସହ ସମସ୍ତ ଜୋନରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ରେଡ ଜୋନରେ ସେଲୁନ, ବ୍ୟୁଟି ପାର୍ଲର ବି ବନ୍ଦ ରହିବ। ଏଥିସହ ସିନେମା ହଲ, ଜିମ୍, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଖୋଲିବନି।
ଅନ୍ୟପଟେ ରେଡ ଜୋନ ସହରାଞ୍ଚଳରେ ଔଷଧ ଓ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ। ଗ୍ରାମାଞ୍ଚଳର ସମସ୍ତ ଶିଳ୍ପ କାର୍ଯ୍ୟ ଓ ନିର୍ମାଣ କାର୍ଯ୍ୟ କରିପାରିବେ। ସେହିପରି ରେସିଡେନସିଆଲ କମ୍ପେ୍ଲକ୍ସରେ ଗୋଟିକିଆ ତଥା ଧାଡ଼ିକିଆ ଜରୁରୀ ସାମଗ୍ରୀ ଦୋକାନ ଖୋଲାରହିବ। ସେହିପରି ଗ୍ରାମାଞ୍ଚଳମାନଙ୍କରେ ମଲ ବ୍ୟତୀତ ସମସ୍ତ ଦୋକାନ ଖୋଲା ରହିବ। ଏଥିସହି ଇ-କମର୍ସ କମ୍ପାନୀଗୁଡ଼ିକୁ ରେଡ ଜୋନରେ ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ଅନୁମତି ରହିଛି। ତେବେ ଏହି ପରିପ୍ରେକ୍ଷୀରେ ଘରୋଇ କମ୍ପାନୀ ଗୁଡ଼ିକ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ।