ଭୁବନେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ୩୪ ବର୍ଷୀୟ ଯୁବକ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେ କଲିକତା ଫେରନ୍ତା ହୋଇଥିବାରୁ କ୍ୱାରେଣ୍ଟାଇନରେ ଥିଲେ। ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉନଥିଲେ ହେଁ କରୋନା ରିପୋର୍ଟ ପଜିଟିଭ ଆସିଛି। ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧ରେ ପହଁଚିଥିବା ବେଳେ ବାଲେଶ୍ୱରରେ ଏହି ସଂଖ୍ୟା ୨୧କୁ ବୃଦ୍ଧି ପାଇଛି।