୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ସହ ଓଡ଼ିଶାରେ ୧୫୬ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ବର୍ତ୍ତମାନ ଓଡିଶା ସରକାରଙ୍କ ଚିନ୍ତା ବଢ଼ାଇଛି। ତେବେ ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଥିବା ବେଳେ ଅଧିକାଂଶ କେସ ଯାଜପୁରରୁ ବାହାରିଛି। ଏହି ପରିପ୍ରେକ୍ଷରେ ଆଜି ସକାଳେ ଯାଜପୁରରୁ ୫ ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ବେଳେ ପୁଣି ଯାଜପୁରରେ ୨ଟି କରୋନା ସଂକ୍ରମିତ ତଥ୍ୟ ପ୍ରଦାନ କରାଯାଇଛି। ତେବେ ଯାଜପୁର ହଟସ୍ପଟ ଜୋନରେ ଥିବା ବେଳେ ଆଜି ଏହା ଖୋର୍ଦ୍ଧା ଜିଲ୍ଲାର ସଂକ୍ରମିତ ସଂଖ୍ୟା ସହ ସମାନ ହୋଇଯାଇଛି।

ଯାଜପୁରରେ ଜିଲ୍ଲାରେ ଏତେ ସଂଖ୍ୟକ କରୋନା ପଜିଟିଭ ହୋଇ ରେକର୍ଡ଼ସ୍ତରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହୋଇଛି। ତେବେ ନୂଆ ୨ କରୋନା ପଜିଟିଭ ଯାଜପୁର ଜିଲ୍ଲା ବରୀ ବ୍ଲକର ଓ ସେମାନଙ୍କ ବୟସ ୪୮ ଓ ୫୫ ବର୍ଷ। ଏବଂ ଦୁହିଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ରହିଥିବା ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ତେବେ ଏହି କରୋନା ଆକ୍ରାନ୍ତ ସଂଗରୋଧରେ ଥିଲେ। କିନ୍ତୁ ପୂର୍ବରୁ ସେମାନେ ମାର୍କେଟ ଓ ସାଙ୍ଗ ସାଥିଙ୍କ ସହ ମିଳାମିଶା କରିଥିଲେ। ଆକ୍ରାନ୍ତଙ୍କ ସଂସ୍ପର୍ଶରେ କିଏ କିଏ ଅଛନ୍ତି ସେମାନଙ୍କୁ ଖୋଜା ଚାଲିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୫୬ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।