ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ହସ୍ପିଟାଲ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କୁ କିଛି ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇ ଦେବାରେ ଦ୍ୟୁଧା ପ୍ରକାଶ କରୁଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଉକ୍ତ ହସ୍ପିଟାଲ ମାନଙ୍କ ପାଇଁ ଗାଇଡ଼ ଲାଇନ ଜାରି କରାଯାଇଛି। ବିଶେଷ କରି ଡାଇଲେସିସ୍, ରକ୍ତ ସଂକ୍ରମଣ, କେମୋ ଥେରାପି ଆଦି ଜଟୀଳ ସେବା କ୍ଷେତ୍ରରେ ଘରୋଇ ହସ୍ପିଟାଲ ମାନେ ଦ୍ୟୁଧା ପ୍ରକାଶ କରୁଛନ୍ତି।
ଏଥିପ୍ରତି ଯତ୍ନବାନ ହେବା ସହ ରୋଗୀଙ୍କୁ ନଫେରାଇବା ପାଇଁ କଡା ନିର୍ଦ୍ଦେଶନାମା ଜାରି ହୋଇଛି। ଯଦି କୌଣସି ଘରୋଇ ହସ୍ପିଟାଲ ଏହି ନିର୍ଦ୍ଦେଶର ଅବମାନନା କରନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ତାଙ୍କ ହସ୍ପିଟାଲର ତଥା ନର୍ସଂହୋମର ରେଜିଷ୍ଟ୍ରେସନକୁ ରଦ୍ଧ କରାଯିବ ବୋଲି ନିର୍ଦ୍ଦେଶ ନାମାରେ ସ୍ପଷ୍ଟି କରଣ କରାଯାଇଛି।