ସିଆରପିଏଫର ୬୮ ଯବାନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭୂତାଣୁ ଧୀରେ ଧୀରେ ସୁରକ୍ଷା କର୍ମୀଙ୍କଠାରେ ବ୍ୟାପିବାରେ ଲାଗୁଛି। ଦେଶର ସୁରକ୍ଷା ଦାୟିତ୍ଵରେ ନିୟୋଜିତ ଥିବା ଯବାନମାନେ ଏହି ମହାମାରୀ ଭୂତାଣୁ ସଂକ୍ରମଣରେ ଆସିଯାଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ଫୋର୍ସ(ସିଆରପିଏଫ)ର ୬୮ ଯବାନ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ସେମାନଙ୍କ ରକ୍ତ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଉକ୍ତ ଯବାନମାନେ ପୂର୍ବ ଦିଲ୍ଲୀରେ ଥିବା ଏକ ବାଟାଲିୟନ ଶିବିରରେ ଅଛନ୍ତି। ଏହି ଶିବିବରରେ ବର୍ତ୍ତମାନ ସୁଦ୍ଧା ୧୨୨ ଜଣ ଯବାନ ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ସୁସ୍ଥ ହୋଇଛନ୍ତି।