ଆଳି ସରପଞ୍ଚ ସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଆଳି,ଏନ୍ଏନ୍ଏସ୍: କରୋନା ଚିନ୍ତାରେ ସମଗ୍ର ଦେଶବାସୀ ଏବଂ ଏହାର ମୁକାବିଲା ନିମନ୍ତେ ଓଡ଼ିଶା ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହିଭଳି ସମୟରେ ରାଜ୍ୟ ସରକାରଙ୍କୁ କରୋନା ମୁକାବିଲା ନିମନ୍ତେ ବିଭିନ୍ନ ମହଲରୁ ସହାୟତା ପ୍ରଦାନ କରାଯାଇଛି। ଏହି ସମୟରେ କେନ୍ଦ୍ରାପଡ଼ା ଆଳି ବ୍ଲକ୍ ସରପଞ୍ଚ ସଙ୍ଘ ସହାୟତାର ହାତ ବଢ଼ାଇଛି।

ଆଳି ସରପଞ୍ଚ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧ ଲକ୍ଷ ୪୧ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଶୁକ୍ରବାର ପୂର୍ବାହ୍ନରେ ସରପଞ୍ଚ ସଙ୍ଘ ସଭାପତି ଦିବାକର ନାୟକ ତହସିଲଦାର ତପନ କୁମାର ସେନାପତିଙ୍କ ଉପସ୍ଥିତିରେ ବିଡ଼ିଓ ଦ୍ୱିବେନ୍ଦୁ ଦାସଙ୍କୁ ଏହି ଅର୍ଥ ରାଶିର ଚେକପ୍ରଦାନ କରିଥିଲେ। ଏହି ସମୟରେ ସମ୍ପାଦକ ପୁରୁଷୋତ୍ତମ ପଲାଇ, କୋଷାଧ୍ୟକ୍ଷ ମନୋରଞ୍ଜନ ସାମଲ, ଅଟାଳ ସରପଞ୍ଚ ଅଚ୍ୟୁତାନନ୍ଦ ବଳ, ମାଣିକପାଟଣା ସରପଞ୍ଚ ଶରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।