ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ହୁ ହୁ ହୋଇ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ବାଲେଶ୍ୱରରୁ ଜଣେ କରୋନା ରୋଗୀ ଓ ବଲାଙ୍ଗିରରୁ ୩ କରୋନା ରୋଗୀ ଚିହ୍ନଟ ହେବା ପରେ ବର୍ତ୍ତମାନ ଯାଜପୁରରୁ ଆଉ ୨ଟି କେସ୍ ସାମ୍ନାକୁ ଆସିଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ସୂଚନା ଦିଆଯାଇଛି।
ତେବେ ୩ ପଜିଟିଭ୍ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଜଣେ ବିରଜାପୁରର ୫୫ ବର୍ଷୀୟ ଯୁବକ କଲିକତା ଫେରନ୍ତା ଓ ଅନ୍ୟଜଣେ ୭୫ ବର୍ଷୀୟା ମହିଳା କଲିକତାରୁ ଫେରିଥିଲେ। ସେହିପରି ଆଉଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ମିଳିନାହିିଁ। ଏ ନେଇ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଏଥିସହ ଯାଜପୁରରେ ମୋଟ କରୋନା ପଜିଟିଭ କେସ୍ ୩୮ରେ ପହଞ୍ଚିଛି।
ଏହି କ୍ରମରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ରେ ପହଞ୍ଚିଛି। ସେହିପରି ଏଥିରେ ଆକ୍ଟିଭ କେସ୍ ୧୦୬ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୪୧ଜଣ ଓ ଜଣଙ୍କର ମୃତ୍ୟୁ ହୋଇଛି।