ବାଲେଶ୍ଵରରୁ ଆଉ ଏକ କରୋନା ପଜିଟିଭ୍ କେସ୍ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହୋଇଥିବା ୫୪ ବର୍ଷୀୟ ବ୍ୟକ୍ତି ଜଣଙ୍କ ବାଲେଶ୍ୱର ଜିଲ୍ଲାର। ବାଲେଶ୍ଵରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ହୋଇଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି।

ଏହି କ୍ରମରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି। ରାଜ୍ୟରେ ଏଯାଏଁ ୩୪ ହଜାର ୧୩୩ ଆରଟି ପିସିଆର ଟେଷ୍ଟ ହୋଇଛି। ସେମାନଙ୍କ ମଧ୍ୟରୁ ୧୦୧ ଜଣ ଆକ୍ଟିଭ୍ କେସ୍ ଥିବା ବେଳେ ୪୧ ଜଣ ସୁସ୍ଥ ହେଲେଣି ଏବଂ ଜଣେ ମୃତ୍ୟୁବରଣ କରିଛନ୍ତି।