ସଂକ୍ଷେପରେ ଋିଷି କପୁର…

ଆଜି କଳାକାର ଜଗତରେ ଆଉ ଏକ କଳାଦିବସ ସୃଷ୍ଟି ହୋଇଛି। ବଲିଉଡ ଜଗତର ନାମିଦାମୀ ଅଭିନେତା ତଥା ନିର୍ଦ୍ଦେଶକ ଋିଷି କପୁରଙ୍କ ୩୦ ଏପ୍ରିଲ ୨୦୨୦ରେ ପରଲୋକ ଘଟିଛି। ସେ ବାଲ୍ୟ ଠାରୁ ଆରମ୍ଭ କରି ବୃଦ୍ଧା ଅବସ୍ଥା ପର୍ଯ୍ୟନ୍ତ ଅଭିନୟ କରିଆସିଥିଲେ। ତେବେ ହିନ୍ଦୀ ଫିଲ୍ମର ମାଇଲ ଖୁଣ୍ଟ କୁହାଯାଉଥିବା ଏହି କଳାକାର ଆଜି ଶୂନ୍ୟରେ ଲୀନ ହୋଇଯାଇଛନ୍ତି। ତେବେ ତାଙ୍କ ବିୟୋଗରେ ଆଜି ସମସ୍ତ କଳାଜଗତରେ ଏକ ଅନ୍ଧକାର ଛାୟା ଖେଳିଯାଇଛି। କେବଳ ହିନ୍ଦୀ ନୁହେଁ ସମସ୍ତ କଳାକାରମାନେ ତାଙ୍କୁ ଝୁରୁଥିଲେ ମଧ୍ୟ ଆଜି ସେ ଆଉ ଆମ ଗହଣରେ ନାହାନ୍ତି। ଅଛି ତ ଖାଲି ତାଙ୍କର ସ୍ମୃତି।

ସେପ୍ଟେମ୍ବର ୧୯୫୨ରେ ମୁମ୍ବାଇର ଚେମ୍ବୁରରେ ରାଜ କପୁରଙ୍କ ପରିବାରରେ ଋିଷି କପୁରଙ୍କ ଜନ୍ମ। ସେହିପରି ଋିଷି କପୁର କଳାକାର ପୃଥ୍ୱୀରାଜ କପୁରଙ୍କ ନାତି ମଧ୍ୟ ଥିଲେ। ତେବେ ରାଜ କପୁର ମଧ୍ୟ ଜଣେ ବିଖ୍ୟାତ କଳାକାର ରହିଥିବା ବେଳେ ଋିଷି ତାଙ୍କର ଦ୍ୱିତୀୟ ସନ୍ତାନ ଥିଲେ। ସେହିପରି ଋିଷିଙ୍କ ମାଆଙ୍କ ନାମ ଥିଲା କ୍ରିଷ୍ଣା ରାଜ କପୁର। ତେବେ କପୁର ପରିବାରଙ୍କୁ କଳାକାର ପରିବାର କହିଲେ ଅତ୍ୟୁକ୍ତି ହେବନାହିଁ। ତାଙ୍କ ପରିବାରରେ ଅନେକ କଳାକାର ରହିଛନ୍ତି ଯେକି ବଲିଉଡକୁ ଦୀଶା ଦେଇଛନ୍ତି। ଋିଷିଙ୍କ ଭାଇ ରନ୍ଧିର କପୁର, ରାଜ କପୁର ମଧ୍ୟ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। ସେହିପରି ତାଙ୍କ ମାଆଙ୍କ ପରିବାରରେ ମାମୁଁ ପ୍ରେମ ନାଥ, ରାଜେନ୍ଦ୍ର ନାଥ, ନରେନ୍ଦ୍ର ନାଥ ଓ ପ୍ରେମନାଥ ଏବଂ ବାପାଙ୍କ ପରିବାରର ଶଶୀ କପୁର ଓ ସାମୀ କପୁର ମଧ୍ୟ ବଲିଉଡରେ ଅଭିନୟ କରିଛନ୍ତି। ସେହିପରି ତାଙ୍କର ୨ଟି ଭଉଣୀ ରିତୁ ନନ୍ଦା ଓ ରିମା ଜୈନ।

ଋିଷି ତାଙ୍କ ଭାଇମାନଙ୍କ ସହ ମୁମ୍ବାଇର କ୍ୟାପିଅନ ସ୍କୁଲ ପରେ ଅଜମେରର ମାୟୋ କଲେଜରୁ ଡିଗ୍ରୀ ହାସଲ କରିଛନ୍ତି। ଋିଷି ପ୍ରଥମେ ୧୭ ବର୍ଷ ବୟସରେ ୧୯୭୦ରେ ତାଙ୍କ ବାପା ରାଜ କପୁରଙ୍କ ଏକ ଫିଲ୍ମ ‘ମେରା ନାମ ଜୋକର’ରେ ଜୋକର ଭୂମିକାରେ ଅଭିନୟ କରିଥିଲେ। ତେବେ ତାଙ୍କର ଏହା ପ୍ରଥମ ଫିଲ୍ମ ଥିବା ବେଳେ ଏହା ବହୁତ ହିଟ ହୋଇଥିଲା। ଏହାପରେ ସେ ୧୯୭୩ରେ ‘ବବି’ ଚଳଚ୍ଚିତ୍ରରେ ଡିମ୍ପଲ କପାଡ଼ିଆ ଭୂମିକା ନିଭାଇଥିଲେ। ଏହା ପରଠାରୁ ତାଙ୍କର କଳା ଦୁନିଆର ଆରମ୍ଭ ହୋଇଥିଲା। ତେବେ ତାଙ୍କର ଏହି ବବି ଫିଲ୍ମଟି ବକ୍ସ ଅଫିସରେ ବହୁତ ହିଟ୍ ହୋଇଥିଲା। ଏହା ପରେ ସେ ଏକମାତ୍ର ହିରୋ ଭାବେ ଅନେକ ଫିଲ୍ମ କରିଥିଲେ। ସେଥିମଧ୍ୟରେ ଲେଲା ମଜନୁ, ରଫୁ ଚକ୍କର, ସଂଗ୍ରାମ, କର୍ଜ, ପ୍ରେମରୋଗ, ନାଗିନା, ହନିମୁନ୍, ଚାନ୍ଦନି, ହେନା ଓ ବୋଲ ରାଧା ବୋଲ ଫିଲ୍ମ ବକ୍ସ ଅଫିସରେ ଖୁବ୍ ହିଟ ହୋଇଥିଲା।

ସେହିପରି ମଲ୍ଟି ହିରୋ ଫିଲ୍ମରେ ମଧ୍ୟ ତାଙ୍କର-ଖେଲ୍ ଖେଲ୍ ମେ, କଭି କଭି, ହମ କିସିସେ କମ ନେହିଁ, ବଦଲତେ ରିସ୍ତେ, ଆପକେ ଦିୱାନେ, ଅଜୁବା, ଦିୱାନା, ଦାମିନି, ଗୁରୁଦେବ, ଦରାର ଓ କାରୋବାର ବକ୍ସ ଅଫିସରେ ଧମାଲ କରିଥିଲା। ଏହା ପରେ ଋିଷି ଫିଲ୍ମ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଥିଲେ। ୧୯୯୯ରେ ରାଜେଶ ଖନ୍ନାଙ୍କ ଫିଲ ‘ଆ ଅବ ଲୋଟ ଚଲେ’ ଫିଲ୍ମର ପ୍ରଥମେ ସେ ନିର୍ଦ୍ଦେଶନା ଦେଇଥିଲେ। ପରେ ସେ ଅନେକ ଫିଲ୍ମର ନିର୍ଦ୍ଦେଶନା କରିଥିଲେ।

୨୦୦୨ରେ ବଲିଉଡର ‘ୟେ ହେ ଜଲୱା’ ଫିଲ୍ମରୁ ସପୋର୍ଟିଂ ଆକ୍ଟର ଭାବେ ଅଭିନୟ ଆରମ୍ଭ କରିଥିଲେ। ପରେ ପରେ ହମ ତୁମ୍, ଫନା, ନମସ୍ତେ ଲଣ୍ଡନ, ଲଭ ଆଜକଲ୍, ପଟିଆଲା ହାଉସ ଭଳି ଅନେକ ଫିଲ୍ମରେ ସପୋର୍ଟିଂ ଆକ୍ଟରର ଭୂମିକାରେ ଅଭିନୟ କରିଥିଲେ। ସେଥିରେ ମଧ୍ୟ ସେ ଲୋକଙ୍କୁ ମୋହିତ କରିଥିଲେ। ୨୦୧୨ରେ ଅଗ୍ନିପଥ ଫିଲ୍ମରେ ସେ ଭିଲିଆନ ଭୂମିକାରେ ଆକ୍ଟିଂ ଆରମ୍ଭ କରିଥିଲେ। ପରେ ପରେ ହାଉଫୁଲ ୨ରେ ତାଙ୍କ ଭାଇ ରନ୍ଧିର କପୁରଙ୍କ ସହ ମଲ୍ଟି ଷ୍ଟାରଙ୍କ ସହ ଅଭିନୟ କରିଥିଲେ।

ଏହାପରେ ୨୦୧୮ରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଥିଲା। ସେ ଲ୍ୟୁକେମିଆ ରୋଗରେ ପୀଡ଼ିତ ହୋଇ ଆମେରିକାର ଏକ ହସ୍ପିଟାଲରେ ଚିକିତ୍ସିତ ହେବାକୁ ଯାଇଥିଲେ। ପରେ ସେ ଭାରତକୁ ଫେରି ୨ଟି ଫିଲ୍ମରେ ଅଭିନୟ କରିଥିଲେ। ଗୋଟେ କମେଡ଼ି ଫିଲ୍ମ ‘ଝୁଟା କହିଁକା’ରେ ଅଭିନୟ କରିଥିଲେ। ସେହିପରି ତାଙ୍କର ଦ୍ୱିତୀୟ ଥ୍ରିଲର ଫିଲ୍ମ ‘ଦି ବଡ଼ି’ରେ ଇମ୍ରାନଙ୍କ ସହ ଅଭିନୟ କରିଥିଲେ। ତେବେ ଏହି ଫିଲ୍ମଟି ୧୩ ଡିସେମ୍ବର ୨୦୧୯ରେ ରିଲିଜ ହୋଇଥିବା ବେଳେ ଏହା ତାଙ୍କର ଶେଷ ଫିଲ୍ମ ହୋଇଛି।

ଋିଷି ୨୨ ଜାନୁଆରୀ ୧୯୮୦ରେ ନିତୁ ସିଂଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ତାଙ୍କର ୨ଟି ସନ୍ତାର ଅଛନ୍ତି। ଝିଅ ରିଦ୍ଧିମା କପୁର ସାହାନି ୧୫ ସେପ୍ଟେମ୍ବର ୧୯୮୦ରେ ଜନ୍ମ ନେଇଥିଲେ ଓ ପରେ ପୁଅ ରଣବୀର କପୁର ୨୮ ସେପ୍ଟେମ୍ବର ୧୯୮୨ରେ ଜନ୍ମ ହୋଇଥିଲେ। ସେହିପରି ଋିଷି କରିସ୍ମା କପୁର ଓ କରିନା କପୁରଙ୍କ ଦାଦା ଓ ଇଣ୍ଡଷ୍ଟ୍ରିଆଲ ନିଖିଲ ନନ୍ଦାଙ୍କ ମାମୁଁ ମଧ୍ୟ ଥିଲେ। ସେହିପରି ‘ବେସରମ’ ଫିଲ୍ମରେ ଋିଷି କପୁର ତାଙ୍କ ସ୍ତ୍ରୀ ନିତୁ ସିଂ ଓ ପୁଅ ରଣବୀର କପୁରଙ୍କ ସହ ଅଭିନୟ କରିଥିଲେ।

ଅଭିନୟ କ୍ଷେତ୍ରରେ ସେ ଫିଲ୍ମ ଫେୟାର ଆୱାର୍ଡ, ଫିଲ୍ମ ଫେୟାର ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ ଭଳି ଅନେକ କ୍ଷେତ୍ରରେ ପୁରସ୍କୃତ ହୋଇଥିଲେ।