ସୁକତେଲ ପୋଲ ଭୁଶୁଡ଼ିବା ଘଟଣାର ଯାଞ୍ଚ ପାଇଁ ଆଜି ୨ ଉଚ୍ଚସ୍ତରୀୟ ପ୍ରତିନିଧିଙ୍କ ଗସ୍ତ ଜିଲ୍ଲା By Nitidin On Apr 30, 2020 Share ପାଟଣାଗଡ଼,ଏନ୍ଏନ୍ଏସ୍: ଗତକାଲି ପାଟଣାଗଡ଼ ଉପଖଣ୍ଡର ତମିଆଁ ମୁନ୍ଦଳସର ରାସ୍ତାରେ ଉପରେ ଥିବା ସୁକତେଲ ନଦୀରେ ଥିବା ପୋଲ ଭୁଶୁଡ଼ି ଯାଇଥିଲା। ଏହି ସମୟରେ ପୋଲ ତଳେ ପଡି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଶ୍ରମିକ ମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ପୋଲଟି କାର୍ଯ୍ୟ ନିମ୍ନମାନର କରାଯାଇଥିବା ଗତକାଲି ସାଧାରଣରେ ଅଭିଯୋଗ ହେବାପରେ ଆଜି ୨ ଉଚ୍ଚସ୍ତରୀୟ ପ୍ରତିନିଧି ଘଟଣାସ୍ଥଳକୁ ଯାଇ ଘଟଣାର ଯାଞ୍ଚ କରିଛନ୍ତି। ଭୁବନେଶ୍ୱର ରୁ ଏକ ଦୁଇଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚି ଦେଖି କାମ ଯେଉଁଭଳି ହେବ କଥା ସେହିପରି କାମ ହୋଇନାହିଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ବିଭାଗୀୟ ଅଧିକାରୀ ମାନଙ୍କୁ କଡା ତାଗିତ କରିଥିଲେ। ଏହି ଗସ୍ତ ସମୟରେ ଚିଫ ଇଞ୍ଜିନିୟର ସତ୍ୟଜିତ ଚକ୍ରବର୍ତ୍ତୀ, ଡିଜାଇନର ହେମନ୍ତ କୁମାର ଦତ୍ତ, ସୁପରିଟେଣ୍ଡେଣ୍ଟ କାଳୀପ୍ରସଦ ମହାକୁଡ଼ ଓ ଏକେ ଆଣ୍ଟୋନି ପ୍ରମୁଖ ଉପସ୍ଥିତ ଥିଲେ। Share