ଯୋଗୀ ସରକାରଙ୍କ ନିଷ୍ପତ୍ତି : ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିବା ହେବ ଜାମିନ ବିହୀନ ଅପରାଧ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶରେ ଯୋଗୀ ସରକାର କରୋନା ଭାଇରସରୁ ଲୋକଙ୍କ ବଞ୍ଚାଇବା ଦିଗରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉତ୍ତର ପ୍ରଦେଶରେ ଡାକ୍ତର ଓ ନର୍ସ ସମେତ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଏହାକୁ ଜାମିନ ବିହନୀ ଅପରାଧ କୁହାଯିବ । କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ଏହି ନିୟମାବଳୀକୁ ସଂଶୋଧନ ପାଇଁ ମଞ୍ଜୁରୀ ଦେଇଛନ୍ତି । ମେଡିକାଲ କର୍ମଚାରୀଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ୫ ରୁ ୭ ବର୍ଷ ଯାଏଁ ଜେଲ ହୋଇପାରେ । ଏହା ବ୍ୟତୀତ ସଂପୃକ୍ତ ବ୍ୟକ୍ତିଙ୍କୁ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ । ନୂତନ ଆଇନ ଅନୁସାରେ ଯଦି ଡାକ୍ତର ଅଥବା ଅନ୍ୟ କର୍ମଚାରୀଙ୍କ ଗାଡ଼ି ଓ କ୍ଲିନିକ କ୍ଷତି ପହଞ୍ଚିବ, ତାହେଲେ କ୍ଷତିର ୨ ଗୁଣ ରାଶି ଦେବାକୁ ପଡ଼ିବ । ଏହି ରାଶି ଅଭିଯୁକ୍ତଙ୍କ ଠାରୁ ଆଦାୟ ହେବ । ଏହି ଘଟଣାର ତଦନ୍ତ ୩୦ ଦିନ ମଧ୍ୟରେ ଶେଷ ହେବ । ବରିଷ୍ଠ ଇନ୍ସପେକ୍ଟର ଏହି ଘଟଣାର ତଦନ୍ତ କରିବେ ।