ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜ୍ୟରେ କ୍ରମାଗତ ଭାବରେ କରୋନା ସଂକ୍ରମିତଙ୍କ ବଢ଼ିଚାଲିଛି। ତେବେ ବର୍ତ୍ତମାନ ରାଜ୍ୟରେ କରୋନା ସଂଖ୍ୟା ୧୨୨ରେ ପହଞ୍ଚିବା ସହ ରାଜ୍ୟର ନୂଆ ୩ଟି ଜିଲ୍ଲା ସଂକ୍ରମତି ହୋଇଥିବା ଜଣାପଡ଼ିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆଜି ସକାଳେ ଭୁବନେଶ୍ୱର ଅଞ୍ଚଳରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁଣି ୩ ଜଣ କୋରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ୩ ସଂକ୍ରମିତ ଦେଓଗଡ଼, ଝାରସୁଗୁଡା ଓ କେନ୍ଦୁଝର ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ରାଜ୍ୟରେ ମୋଟ ୧୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ୧୨୨ ଜଣଙ୍କ ମଧ୍ୟରୁ ୮୩ ଜଣ ଚିକିତ୍ସାଧୀନ ଥିବାବେଳେ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଅପର ପକ୍ଷରେ ଏହି ମହାମାରୀ କରୋନାରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି।