୫୫ ବର୍ଷରୁ ଉର୍ଦ୍ଧ କର୍ମଚାରୀଙ୍କୁ ଛୁଟିରେ ପଠାଇଲା ମୁମ୍ବାଇ ପୁଲିସ

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ନିଜ କର୍ମଚାରଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ମୁମ୍ବାଇ ପୁଲିସ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ପଦକ୍ଷେପସ୍ୱରୂପ, ୫୫ ବର୍ଷରୁ ଉର୍ଦ୍ଧ ଓ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ଥିବା କର୍ମଚାରୀଙ୍କୁ ଛୁଟି ପ୍ରଦାନ କରାଯାଇଛି। ମୁମ୍ବାଇ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ତିନି ମୃତ ପୁଲିସ କର୍ମଚାରୀ କିମ୍ବା ଅନ୍ୟ ପୁଲିସ କର୍ମୀ ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ବୟସ ୫୦ରୁ ଉର୍ଦ୍ଧ ରହିଥିବା ଏକ ବିଶ୍ଳେଷଣରୁ ଜଣାପଡ଼ିଛି। ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ପୁଲିସଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।