ଅବକାରୀ ବିଭାଗର ଚଢ଼ଉ; ୪ ମହିଳା ସମେତ ୫ ଗିରଫ

ଦେବଗଡ,ଏନ୍ଏନ୍ଏସ୍ : ଦେବଗଡ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ରନ୍ଧା ଦେଶୀ ମଦ ସହ ପୋଚ ଜବତ କରିଥିବା ଜଣାପଡିଛି । ସେହିପରି ବେଆଇନ ମଦ କାରାବାର ଅଭିଯୋଗରେ ୪ ମହିଳା ସମେତ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ଯୋଗୁଁ ସାରା ଦେଶ ଲକଡାଉନ ରହିଥିବା ବେଳେ କେତେକ ଅସାଧୁ ବ୍ୟବସାୟୀ ଏହାର ସୁଯୋଗରେ ବେଆଇନ ମଦ କାରବାର କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାଏକଙ୍କ ନିର୍ଦ୍ଦେଶରେ ଅବକାରୀ ନିରିକ୍ଷକ ପଦ୍ମ ଲୋଚନ ପ୍ରଧାନ ଓ ଉପ ନୀରିକ୍ଷକ ରାଧାକାନ୍ତ ଭୋଇ ସଦଳବଳେ ରିଆମାଳ ଥାନା ଅନ୍ତର୍ଗତ ସିଆରିଆ ଗ୍ରାମରେ ଚଢଉ କରିଥିଲେ । ଚଢଉ ସମୟରେ ଉକ୍ତ ଗ୍ରାମର ଅର୍ଜ୍ଜୁନ ପାତ୍ର(୪୨), ସୁଲୋଚନା ପାତ୍ର (୫୩), ଉମା ପାତ୍ର(୫୬)କମଳା କିସାନ (୩୫) ଓ ଦେବଗଡ ପୈାରାଚଂଳ ପୁରୁଣାଗଡ ଅଚଂଳର ମାମୀ ରଂଜିତ (୩୨)ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭୦ ଲିଟରରୁ ଉଦ୍ଦ୍ୱର୍ ଦେଶୀ ମହୁଲି ମଦ ଓ ବିପୁଳ ପରିମାଣରେ ପୋଚ ଜବତ କରିବା ସହ ମଦ ରନ୍ଧା ଉପକରଣ ମଧ୍ୟ ଜବତ କରିଥିଲେ । ଏହି ଚଢଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଉପନୀରିକ୍ଷକ ପ୍ରଦ୍ୟୁମ୍ନ କୁମାର ସାହୁ , ଅବକାରୀ ସହ ଉପନୀରିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ, ଦିଲ୍ଲିପ କୁମାର ଶତପଥି ,ବାଦଲ ବହ୍ମା, ଅଶ୍ୱିନି କୁମାର ପାଣି ଓ ଅଶୋକ କୁମାର ନାଏକ ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।