ପ୍ଲାଜମା ଥେରୋପି ବେଆଇନ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ପାଇଁ ପ୍ଲାଜମା ଥେରୋପି ଉପଯୁକ୍ତ କି ନୁହେଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି କି, କରୋନା ପାଇଁ ସମଗ୍ର ବିଶ୍ୱରେ କୌଣସି ଥେରୋପିକୁ ସ୍ୱୀକୃତି ଦିଆଯାଇ ନାହିଁ। ଏହାକୁ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଉଥିଲେ ହେଁ କରୋନା ରୋଗୀଙ୍କ କ୍ଷେତ୍ରରେ ଏହା ଉପଯୋଗୀ ହୋଇପାରିବ ବୋଲି କୌଣସି ପ୍ରମାଣ ନାହିଁ। ଏହି ପଦ୍ଧତିକୁ ନ ଆପଣାଇବା ପାଇଁ ଆଇସିଏମଆର ପରାମର୍ଶ ଦେଇଛି। ଗାଇଡଲାଇନ ମୁତାବକ ଏହାକୁ ବ୍ୟବହାର ନକଲେ ଜୀବନ ପ୍ରତି ବିପଦ ରହିଛି।