ଯୋଗାଣ ମନ୍ତ୍ରୀଙ୍କ ଠାରେ ବିଧାୟକଙ୍କ ଦାବି

ଦେବଗଡ଼,ଏନ୍ଏନ୍ଏସ୍ : ଗତ ଖରିଫରେ ଚାଷୀଙ୍କ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଦେବଗଡ଼ ଜିଲ୍ଲାର ସମସ୍ତ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରିନଥିବା ଯୋଗୁଁ ଘୋର ଆର୍ôଥକ ଅନାଟନ ମଧ୍ୟ ଦେଇ ଗତି କରୁଛନ୍ତି । ଏଣେ କରୋନା ମହାମାରୀ ଯୋଗୁଁ ମାସାଧିକାଳ ଲକ ଡାଉନ ଯୋଗୁଁ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଥିବା ଯୋଗୁଁ ଚାଷୀ ନିଜ ଉତ୍ପାଦିତ ଫସଲ ଉଚିତ ମୂଲ୍ୟରେ ବିକ୍ରି କରି ପାରୁନାହିଁ । ତେବେ ରାଜ୍ୟ ସରକାର ଚଳିତ ରବି ଋତୁ ଫସଲ ବିକ୍ରି ପାଇଁ ମଣ୍ଡି ବ୍ୟବସ୍ଥା କରିଥିବାରୁ ଦେବଗଡ଼ ଜିଲ୍ଲାରେ ମଧ୍ୟ ମଣ୍ଡି ଖୋଲି ଧାନ ବିକ୍ରି କରିପାରିନଥିବା ଚାଷୀଙ୍କ ଠାରୁ ଧାନ କ୍ରୟ କରିବାକୁ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଏକ ପତ୍ର ଲେଖି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିକଟରେ ଦାବି କରିଥିବା ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରେସ ବିବୃତିରେ ସୂଚନା ପ୍ରଦାନ କରିଛନ୍ତି ।