କରୋନା ମୁକ୍ତ ଗୋଆ କଲା ଲକଡାଉନ ଅବଧି ବଢ଼ାଇବାକୁ ଦାବି

ନୂଆଦିଲ୍ଲୀ: ଦେଶର ପ୍ରଥମ କରୋନା ମୁକ୍ତ ରାଜ୍ୟ ଗୋଆ ଲକଡାଉନ ଅବଧି ବଢ଼ାଇବା ପାଇଁ ଦାବି କରିଛି। ଆଜି ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଭିଡିଓ କନଫ୍ରେନ୍ସିଂରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟ ମଧ୍ୟରେ ଆର୍ଥିକ ଗତିବିଧି ଜାରି ରଖି ସୀମାକୁ ସିଲ୍ କରିବା ପାଇଁ କହିଥିଲେ। ଏଥି ସହିତ ବିମାନ ଓ ଟ୍ରେନ ପରିଚାଳନା ଉପରେ ରୋକ ଲଗାଯିବା ସମ୍ପର୍କରେ ମଧ୍ୟ ମତପ୍ରକାଶ କରିଥିଲେ। ପ୍ରଧାମନ୍ତ୍ରୀଙ୍କୁ ଚିଠି ଲେଖି ପୁନର୍ବାର ଏନେଇ ସୂଚିତ କରାଯିବ ବୋଲି ମଧ୍ୟ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି।