ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘର ପ୍ରମୁଖ ମୋହନ ଭାଗବତ ରବିବାର ସ୍ଵୟଂସେବକମାନଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, କୋରୋନାକୁ ଡରନ୍ତୁ ନାହିଁ ବରଂ ଆତ୍ମବିଶ୍ଵାସର ସହ ଲଢେଇ କରନ୍ତୁ। ଏହା ନୂଆ ରୋଗ, ସେଥିପାଇଁ ଏହା ସମ୍ପର୍କରେ ସବୁକିଛି ଜଣା ନାହିଁ। ଏମିତିରେ ସାବଧାନତାର ସହ କାମ କରିବା ଉଚିତ୍।
ମୋହନ ଭାଗବତ ପୁଣି କହିଛନ୍ତି ଯେ, ସଫଳତା ଏବଂ ଅସଫଳତା ମଧ୍ୟରେ ତିନି ଫୁଟର ଅନ୍ତର ରହିଛି। ଏମିତିରେ ହାରିଯିବା ଅନୁଚିତ୍। ନିରନ୍ତର ଚେଷ୍ଟା କରିବା ଉଚିତ୍। ଆୟୁଷ ମନ୍ତ୍ରାଳୟ ଯେଉଁ କାଢା ବିଷୟରେ କହିଛି ତାହାକୁ ମଧ୍ୟ ପି ପାରିବେ।
ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଉଠାଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, କୋରୋନା ସଙ୍କଟ ମଧ୍ୟରେ ଭାରତ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରୁଛି। ଏହା ଭାରତର ସ୍ଵଭାବ। ଭାରତ ଯେଉଁ ଔଷଧ ଉତ୍ପାଦନ ଉପରେ କଟକଣା ଲଗାଇଥିଲା। ଆଜି ନିଜେ କ୍ଷତି ସହି ଆମେରିକା ସହିତ ଅନ୍ୟ ଦେଶମାନଙ୍କୁ ଔଷଧ ପଠାଇଛି। ଏଭଳି ସଙ୍କଟପୂର୍ଣ୍ଣ ଘଡିରେ ସମସ୍ତଙ୍କର ସାହାଯ୍ୟ ହୋଇପାରିବ ବୋଲି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।