ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କମୁନି କରୋନା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସାରା ଦେଶ ଲକଡାଉନ ରହିଥିବା ବେଳେ କରୋନା ପଜିଟିଭ ସଂଖ୍ୟା ୨୬ ହଜାର ୫୦୦କୁ ଛୁଇଁଛି। ଏଥିସହ କରୋନାରେ ଭାରତରେ ମୋଟ ମୃତକଙ୍କ ସଂଖ୍ୟା ୮୪୨ ଛୁଇଁଛି।
ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଅନରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଦେଶରେ ଏବେ କରୋନାସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୬ ହଜାର ୪୯୬ ରେ ପହଂଚିଛି। ଏପର୍ୟ୍ୟନ୍ତ ଭାରତରେ ୮୨୪ ଜଣଙ୍କ ମୃତ୍ୟୁ ଘଟିଛି।
ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫୮୦୪ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୯,୮୬୮ ସକ୍ରିୟ ଅଛନ୍ତି।ଏବେ ୧୯ ହଜାର ୮୬୮ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମହରାଷ୍ଟ୍ରରେ ସ୍ଥିତି ଧୀରେ ଧୀରେ ଅନିୟନ୍ତ୍ରିତ ହେବାରେ ଲାଗିଛି। ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧୦୩ ପଜିଟିଭ ଥିବା ବେଳେ ସେଥିରୁ ୬୮ ଜଣ ସକ୍ରିୟ ଥିବା ଜଣାପଡିଛି।
କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଏବେ ସଙ୍କଟରେ ପଡ଼ିଛି। ବିଶ୍ୱର ପ୍ରାୟ ୨୧୦ରୁ ଅଧିକ ଦେଶକୁ ବ୍ୟାପିଥିବା ଏହି ମହାମାରୀ କରୋନା ଭୟଙ୍କର ରୂପ ନେଉଛି। କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୪ ରୁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଥିଲା।