ଭୁବନେଶ୍ୱର : ରାଜ୍ୟ ପାଇ ଖୁସି ଖବର ଆସିଛି। ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ। ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ସୁନ୍ଦରଗଡ଼ ଜିଲ୍ଲା କରୋନା ମୁକ୍ତ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।
ସୂଚନା ଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଥିବାବେଳେ ୩୪ ଜଣ ସୁସ୍ଥ ହୋଇଛନ୍ତି। ଜଣେ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ୫୯ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।