ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ପାଖରେ ପହଞ୍ଚିଲା, ଆମେରିକାରେ ୫୨ ହଜାର ମୃତ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱରେ ମହାମାରୀ କରୋନା ଭାଇରସ ମୃତ୍ୟୁ ସଂଖା ୧ ଲକ୍ଷ ୯୭ ହଜାର ଅତିକ୍ରମ କରିଥିବା ବେଳେ ଆମେରିକାରେ ସର୍ବାଧିକ ମୃତ୍ୟୁ ହାର ରହିଛି। ଏହି ପରିପ୍ରେକ୍ଷୀରେ ଆମେରିକାରେ ୫୨ ହଜାର ୧୮୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶନିବାର ସକାଳ ୭ଟା ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ୨୮ ଲକ୍ଷ ୨୮ ହଜାର ୫୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ହେଉଛି ୧ଲକ୍ଷ ୯୭ହଜାର ୯୦ଜଣ। ଏଥିରୁ ୭ ଲକ୍ଷ ୯୮ ହଜାର ୩୭୧ ଜଣ ସୁସ୍ଥ ହୋଇଥିବା ବେଳେ ୧୮ ଲକ୍ଷ ୩୩ ହଜାର ୧୧୪ ଜଣ ଆକ୍ଟିଭ କେସ ରହିଛି।

ସେହିପରି ଆମେରିକାରେ କରୋନାର ସ୍ଥିତି ଉଦବେଗଜନକ ରହିଛି। ଏଠାରେ ୯ ଲକ୍ଷ ୨୪ ହଜାର ୯୯୬ ଜଣ ସଂକ୍ରମିତ ଥିବା ବେଳେ ୧ଲକ୍ଷ ୧୦ ହଜାର ୪୩୨ ଜଣ ସୁସ୍ଥ ହୋଇଛନ୍ତି। ସେହିଭଳି ୧୫ ହଜାର ୯୭ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆମେରିକା ପରେ ଇଟାଲୀରେ ଦ୍ୱିତୀୟ ସର୍ବାଧିକ ୨୫ ହଜାର ୯୬୯ ଜଣଙ୍କ ମୃତ୍ୟୁ ହୋଇଛି। ଏଠାରେ ୧ ଲକ୍ଷ ୯୨ ହଜାର ୯୯୪ ଜଣ ଆକ୍ରାନ୍ତ ଥିବା ବେଳେ ସ୍ପେନରେ କରୋନା ପଜିଟିଭ ସଂଖ୍ୟା ହେଉଛି ୨ ଲକ୍ଷ ୧୯ ହଜାର ୭୬୪ ଜଣ। ସ୍ପେନରେ ଏପର୍ଯ୍ୟନ୍ତ ୨୨ ହଜାର ୫୨୪ ଜଣଙ୍କ ମୃତ୍ୟୁ ହୋଇଛି।

ଫ୍ରାନ୍ସରେ ୧ ଲକ୍ଷ ୫୯ ହଜାର ୮୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ହଜାର ୨୪୫ ହେଉଛି ମୃତକଙ୍କ ସଂଖ୍ୟା । ଜର୍ମାନୀରେ ୧ ଲକ୍ଷ ୫୪ ହଜାର ୯୯୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ୫ ହଜାର ୭୬୦ ଜଣ ଜୀବନ ହାରିଛନ୍ତି । ସେହିଭଳି ବ୍ରିଟେନରେ ୧ ଲକ୍ଷ ୪୩ ହଜାର ୪୬୪ ଜଣ ସଂକ୍ରମିତ ଥିବା ବେଳେ ୧୯ ହଜାର ୫୦୬ ଜଣଙ୍କ ମୃତ୍ୟୁ ହୋଇଛି । ତୁର୍କୀରେ ୧ ଲକ୍ଷ ୪ ହଜାର ୯୧୨ ଜଣ ସଂକ୍ରମିତ ଥିବା ବେଳେ ମୃତକଙ୍କ ସଂଖ୍ୟା ହେଉଛି ୨ ହଜାର ୬୦୦ ଜଣ ।

ଭାରତରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ କରୋନା ପଜିଟିଭ ସଂଖ୍ୟା ୨୩ ହଜାର ୪୫୨ ଥିବା ବେଳେ, ସେଥିମଧ୍ୟରୁ ୧୭ ହଜାର ୯୧୫ ଜଣ ସକ୍ରିୟ ଅଛନ୍ତି । ସେହିଭଳି ୪ ହଜାର ୮୧୩ ଜଣ ସୁସ୍ଥ ହୋଇଥିବା ବେଳେ ୭୨୪ ଜଣଙ୍କ ମୃତ୍ୟୁ ହୋଇଛି ।