ରାଜ୍ୟରେ ଦିନକୁ ୩ ହଜାର କରୋନା ଟେଷ୍ଟ ପାଇଁ ଲକ୍ଷ, ଅନ୍ତଃମନ୍ତ୍ରୀସ୍ତରୀୟ ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

ଭିସି ଯୋଗେ ରାଜ୍ୟ ଅନ୍ତଃମନ୍ତ୍ରିସ୍ତରୀୟ ବୈଠକ ଶେଷ ହୋଇଛି। ଏହି ବୈଠକରେ ଏପ୍ରିଲ ମାସ ଶେଷ ସୁଦ୍ଧା ରାଜ୍ୟରେ ବ୍ୟାପକ କରୋନା ଟେଷ୍ଟ କରିବାକୁ ଲକ୍ଷ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଦିନକୁ ୩ ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏଥିରେ ୪ଟି ମେଡିକାଲ କଲେଜରେ ଟେଷ୍ଟିଂ ଲ୍ୟାବ୍‌ ପ୍ରସ୍ତୁତ କରାଯିବ। ଏ ନେଇ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି। ସୂଚନା ଅନୁସାରେ ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ସରକାର ତତ୍ପରତା ଦେଖାଇଛନ୍ତି।

ଓୟୁଏଟି ସମେତ ୪ଟି ମେଡିକଲ କଲେଜ, ବାରିପଦା , ବଲାଙ୍ଗିର ଓ କୋରାପୁଟରେ ୭ ଟେଷ୍ଟିଂ ଲବରୋଟୋରି ଖୋଲାଯିବ। ଆଇଏଲ ଏସରେ ଦିନକୁ ୪୦୦ ନମୁନା ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଉଛି। ପଞ୍ଚାୟତ ସ୍ତରରେ ଗଠନ ହବ ୫ ଜଣିଆ କମିଟି। ସରପଞ୍ଚ, ପଞ୍ଚାୟତ ସମ୍ପଦକ, ଜିଆରେଏସ ଓ ୨ଜଣ ଶିକ୍ଷକ ଏହି କମିଟିରେ ରହିବେ। ଏହି କମିଟି ପଞ୍ଚାୟତରେ ସମସ୍ତ ନିଷ୍ପତି ନେବେ। ଆସନ୍ତକାଲି ଠାରୁ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ କୋଭିଡ ପୋର୍ଟାଲ ଜରିଆରେ ପଞ୍ଜିକରଣ ଆରମ୍ଭ ହେବ।