କୁମ୍ପି ଭାଙ୍ଗି ଲୋକଙ୍କୁ ମାସ୍କ ଯୋଗାଇଲେ କୁନି ଝିଅ ସୁଲଗ୍ନା

ରାମନାଗୁଡ଼ା, ଏନ୍ଏନ୍ଏସ୍: କରୋନାର ଭୟବହତା ମଧ୍ୟରେ ଅସହାୟ ତଥା ଗରିବଙ୍କୁ ମାସ୍କ ଓ ସାବୁନ ଯୋଗାଇବାକୁ ଆଗେଇ ଆସିଛନ୍ତି କୁନି ଝିଅ ସୁଲଗ୍ନା ଆଚାର୍ଯ୍ୟ। ସୁଲଗ୍ନା ନିଜ କୁମ୍ପି ଭାଙ୍ଗି ସଂଚିତ ଟଙ୍କାରେ ମାସ୍କ କିଣି ଲୋକଙ୍କୁ ଯୋଗାଇ ଦେବା ପାଇଁ ରାମନାଗୁଡ଼ା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ, ତହସିଲଦାର ଜୟଶ୍ରୀ ମଲ୍ଲିକ ,ଜିଲ୍ଲା ବନଖଣ୍ଡ ଅଧିକାରୀ ଅଶ୍ୱିନୀ କୁମାର କର ଓ ବିଡ଼ିଓ ବେଣୁଧର ଶବରଙ୍କୁ ପ୍ରଦାନ କରିଛନ୍ତି।

କୋଭିଡ଼-୧୯ ଭୁତାଣୁ ଦୂର କରିବା ଲାଗି ସମସ୍ତ ଅସହାୟଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିବା ପରେ ସାରା ରାଜ୍ୟରୁ ସହାୟତାର ସୁଅ ଛୁଟିଥିଲା। ଏହା ତାଙ୍କୁ ମଧ୍ୟ ପ୍ରଭାବିତ କରିଥିବା ସୁଲଗ୍ନା କହିଛନ୍ତି। ସେ ପୂର୍ବରୁ ଦେଉଳା ଓ କାମନାଗୁଡ଼ାର ଅସହାୟ ଅବସ୍ଥାରେ ରହିଥିବା ବୃଦ୍ଧ ବୃଦ୍ଧା ଓ ପ୍ରତ୍ୟେକ ଘରକୁ ଘର ଯାଇ ମାସ୍କ ଓ ସାବୁନ ବାଣ୍ଟିବା ସହ ସଚେତନ ମଧ୍ୟ କରାଇଥିଲେ।