ଏମସର ଟେଲିକନସଲଟେସନ ବ୍ୟବସ୍ଥା, ଯୋଡି ହେଲା ଆଉ ୨ ବିଭାଗ ରାଜ୍ୟ By Nitidin On Apr 22, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ(ଏମସ), ଭୁବନେଶ୍ୱର ପକ୍ଷରୁ ନିକଟରେ ଟେଲିକନସଲଟେସନର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏଥିରେ ପୂର୍ବରୁ ୯ଟି ବିଭଗର ସୁବିଧା ଦିଆଯାଉଥିବା ବେଳେ ବର୍ତ୍ତମାନ ଏଥିରେ ଆଉ ୨ଟି ବିଭାଗକୁ ଯୋଡା ଯାଇଛି। ଏଥିରେ ଆଖି, ନାକ, କାନ(ଇଏନଟି) ବିଭାଗ ଓ ଚର୍ମ ବିଭାଗ(ଡର୍ମାଟୋଲୋଜି) ବିଭାଗକୁ ଯୋଡାଯାଇଛି। ତେବେ ଏହି ସୁବିଧା ପାଇଁ ରୋଗୀମାନେ ଦିଆଯାଇଥିବା ହ୍ୱାଟସଆପ ନମ୍ବରରେ ଭଏସ୍ କିମ୍ବା ଭିଡିଓ କଲ୍ କରି ରୋଗ ସମ୍ପର୍କିତ ତଥ୍ୟ ଦେଇପାରିବେ। ଏହି ସେବା ସୋମବାରରୁ ଶନିବାର ପର୍ଯ୍ୟନ୍ତ ସକାଳ ୯ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଏ ନେଇ ଏମସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। Share