ଶାହଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ଆଇଏମଏ

ନୂଆଦିଲ୍ଲୀ: କରୋନା ଯୁଦ୍ଧର ଆଗଧାଡ଼ିର ଯୋଦ୍ଧାଙ୍କ ସହ ବାରମ୍ବାର ଆକ୍ରମଣ ଘଟୁଛି। ସେଥିପାଇଁ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଏପରି ହିଂସା ବିରୋଧରେ ବିରୋଧ ପ୍ରଦର୍ଶନ କରିବାର ପଦକ୍ଷେପ ନେଇଥିଲା। କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା ପରେ ସେମାନେ ବିରୋଧ ପ୍ରତ୍ୟାହୃତ କରିନେଇଛନ୍ତି। ଆଜି ଅମିତ ଶାହ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଆଇଏମଏ ଓ ଅନେକ ଡାକ୍ତରଙ୍କ ସହ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଆଲୋଚନା କରି ବିରୋଧ ପ୍ରଦର୍ଶନ ନକରିବା ପାଇଁ କହିଥିଲେ। ଏଥି ସହିତ ସେମାନଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଗୃହମନ୍ତ୍ରୀ ଦେଶର ପ୍ରତ୍ୟେକ ଡାକ୍ତରଙ୍କ କାମକୁ ଖୁବ୍ ପ୍ରଶଂସା କରିଥିଲେ।