କାନପୁର,ଏଜେନ୍ସି: ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନକୁ କଡ଼ାକଡ଼ି ଭାବେ ମାନିବାକୁ ସାରାଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। କିନ୍ତୁ କେତେକ ଅମାନିଆ ଆଉନ କୁ ଖାତିର ନକରି ଅଜଥାରେ ପଦାକୁ ବାହାରୁଛନ୍ତି। ତେବେ ଏଭଳିଆ ଅମାନିଆଙ୍କୁ ସାବାଡ଼ କରିବା ତଥା ସେମାନଙ୍କୁ ଲଜ୍ଜିତ କରିବା ଉଦ୍ଦେଶ୍ୟରେ ପୁଲିସ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି।
ଉତ୍ତରପ୍ରଦେଶ ରାଜ୍ୟର କାନପୁର ଜିଲ୍ଲା କିଡୱି ଅଞ୍ଚଳରେ ଆଜି ପ୍ରଶାସନ ପକ୍ଷରୁ ଅମାନିଆଙ୍କୁ ଧାଡିରେ ଛିଡ଼ା କରାଇ ଜଣଙ୍କ ପରେ ଜଣଙ୍କ ଆରତୀ କରାଯାଉଛି। ଏଥିସହ ସେମାନଙ୍କୁ ଗୋଟିଏ ଲେଖାଏଁ କଦଳୀ ଦେଉଛନ୍ତି।