ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ହଜାର ନିକଟବର୍ତ୍ତି ହୋଇଛି ଓ ମୃତ୍ୟୁ ସଂଖ୍ୟା ୬୦୩ କୁ ବୃଦ୍ଧି ପାଇଛି । ସମଗ୍ର ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ଲକ୍ଷ ଟପିଯାଇଛି । ମୃତ୍ୟୁସଂଖ୍ୟା ୧ଲକ୍ଷ ୭୧ ହଜାର ଥିବାବେଳେ ଆରୋଗ୍ୟ ସଂଖ୍ୟା ୬ ଲକ୍ଷ ୫୯ ହଜାରରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭାରତର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮,୯୮୫ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୫୧୨୨ ଥିବାବେଳେ ମୃତ୍ୟୁ ସଂଖ୍ୟା ୬୦୩ରେ ପହଞ୍ଚିଛି । ତେବେ ଦେଶର ଆରୋଗ୍ୟ ସଂଖ୍ୟା ୩୨୫୯ରେ ପହଞ୍ଚିଛି ।