ମାଲକାନଗିରି,ଏନ୍ଏନ୍ଏସ୍: କରୋନାକୁ ନେଇ ସାରା ବିଶ୍ୱ ଭୟଭୀତ ଥିବବେଳେ ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ମାଲକାନଗିରି ଜିଲ୍ଲାର ପି.ଏଚ.ଆର.ଏସ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଭାବେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ରାଜେଶ ପଟ୍ଟନାୟକ ଓ ସହକର୍ମୀ ରୋହିଣୀ ତୁରୁକ ଏକ ନିଆରା କାର୍ଯ୍ୟ କରିଛନ୍ତି। ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡ଼ୁମୁଲୁଗୁମ୍ମା ପଞ୍ଚାୟତର ଟିକରପଡ଼ା ଗ୍ରାମକୁ ପାହାଡ଼ିଆ ରାସ୍ତାରେ ପ୍ରାୟ ସାଢ଼େ ୩ କିଲୋମିଟର ଚାଲି ଚାଲି ପହଁଚି ସେଠାରେ କରୋନାର ଭୟାବହତା ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇବା ସହ ଏହାର ମୁକାବିଲା ପାଇଁ କିଭଳି ସାବୁନରେ ହାତ ଧୋଇବେ, ମାସ୍କ ବ୍ୟବହାର କରିବେ ଓ ସାମାଜିକ ଦୂରତା ବଜାୟ ରଖିବେ ସେନେଇ ସଚେତନତା ସୃଷ୍ଟି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ ଶପଥ ପାଠ ମଧ୍ୟ କରାଇଥିଲେ। ଏଥି ସହିତ ଗ୍ରାମବାସୀଙ୍କ ଅବସ୍ଥା ଦେଖି ଆସନ୍ତା ୨୭ ତାରିଖରେ ରାସନ ସାମଗ୍ରୀ ବାଣ୍ଟିବାକୁ ନେଇ ନିଷ୍ପତ୍ତିି ନେଇଥିଲେ ବୋଲି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।