ସରକାର ଗଢ଼ିବାର ୨୯ ଦିନ ପରେ ଶିବରାଜ କ୍ୟାବିନେଟ ଗଠନ

ନୂଆଦିଲ୍ଲୀ: ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶରେ ସରକାର ହେବାର ୨୯ ଦିନ ପରେ ମନ୍ତ୍ରୀମଣ୍ଡଳ ଗଠନ କରାଯାଇଛି। ୨୩ ତାରିଖରେ ଶିବରାଜ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ ୨୪ରେ ଲକଡାଉନ ଘୋଷଣା ହେବା ଯୋଗୁଁ ମନ୍ତ୍ରୀମଣ୍ଡଳ ଗଠନ ହୋଇପାରିନଥିଲା। ଶିବରାଜଙ୍କ କ୍ୟାବିନେଟରେ ୫ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗ୍ରୁପରୁ ୨ ଜଣ ରହିଛନ୍ତି। ଏହି ମନ୍ତ୍ରୀମଣ୍ଡଳ ଗଠନରେ ପ୍ରତ୍ୟେକ ଅଞ୍ଚଳର ପ୍ରତିନିଧିତ୍ୱ ଉପରେ ଖାସ ଧ୍ୟାନ ରଖାଯାଇଛି।