ଭୁବନେଶ୍ୱର : ଯାଜପୁରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଯାଜପୁର ଜିଲ୍ଲାର ୩ଜଣ ଡାକ୍ତର ଓ ୧୯ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନଙ୍କୁ ପଠାଇଦିଆଯାଇଛି ବୋଲି ସୂଚନା ମିଳିଛି। ଗତକାଲି ରାତିରୁ ସଂପୃକ୍ତ ଡାକ୍ତରଙ୍କୁ ପାରମେଡିକାଲ୍ କ୍ୱାରେଣ୍ଟାଇନରେ ରଖାଯାଇଛି । ଏ ନେଇ ଯାଜପୁର ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏମାନଙ୍କର ରକ୍ତ ନମୂନା ସଂଗ୍ରହ କରଯାଇ ପରୀକ୍ଷା ପାଇଁ ପଠାଯିବ ।
ସୂଚନା ଅନୁଯାୟୀ, ଗତକାଲି ଯାଜପୁର ଚିହ୍ନଟ ହୋଇଥିବା ୫କରୋନା ଆକ୍ରାନ୍ତ ଭିନ୍ନ ଭିନ୍ନ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ । ନିଜ ନିଜ ଅଞ୍ଚର ଡାକ୍ତରଡଖାନାକୁ ଚିକିତ୍ସା ପାଇଁ ଯାଇଥିଲେ । ସେହି ରୋଗୀ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ନର୍ସଙ୍କୁ କା୍ୱରେଣ୍ଟାଇନ୍ ପଠାଗଲା । ଡାକ୍ତର ଓ ନର୍ସଙ୍କୁ କ୍ୱରେଣ୍ଟାଇନ୍ ପଠାଯିବା ଏବେ ବେଶ୍ ଆଲୋଡ଼ନ ସୃଷ୍ଟି କରିଛି ରାଜ୍ୟରେ। ଡାକ୍ତରମାନେ ନଜାଣି ଚିକିତ୍ସା କରିଥିବାରୁ କାଳେ ସେମାନଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବେ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ମିଳିଛି ।