ଆଳି,ଏନ୍ଏନ୍ଏସ୍: କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତାର ହାତ ବଢ଼ାଇଛନ୍ତି ଆଳି ବ୍ଲକର ବିଜେଡି ସଂଗଠକ ଭୀଷ୍ମ ମହାନ୍ତି। ଶ୍ରୀ ମହାନ୍ତି ସୋମବାର ପୂର୍ବାହ୍ନରେ ୩୦ହଜାର ୩ଶହ ଟଙ୍କାର ଏକ ଚେକ ଆଳି ତହସିଲଦାର ତପନ କୁମାର ସେନାପତିଙ୍କ ମାଧ୍ୟମରେ ଦେଇଛନ୍ତି । ଏହି ସମୟରେ ଦେମାଳ ସରପଞ୍ଚ ମନୋରଞ୍ଜନ ସାମଲ, ମନୋଜ ମହାନ୍ତି ଓ ନିର୍ମଳ ବେହେରା ଉପସ୍ଥିତ ଥିଲେ।