ବିଶ୍ୱରେ ବଢି ଚାଲିଛି କରୋନା ସଂକ୍ରମଣ ଓ ମୃତ୍ୟୁ ହାର, ଆମେରିକାରେ ୪୦ ହଜାର ଟପିଲା ମୃତ୍ୟୁ

ଆମେରିକା,ଏଜେନ୍ସି: ବିଶ୍ୱରେ ଦ୍ରୂତଗାମୀ ହେଉଛି କରୋନା ମହାମାରୀ ସଂକ୍ରମଣ। ଏଥିସହ ଲୋକଙ୍କ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଜଣା ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଏହି ମହାମାରୀର ମୁକାବିଲା କରିପାରିନାହିିଁ। ତେବେ ଏହି ଭୂତାଣୁ ସଂକ୍ରମଣରେ ବିଶ୍ୱର ୨୧୦ ଦେଶ ରହିଥିବା ବେଳେ ଏଯାଏ ୨୪ ଲକ୍ଷ ୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୬ ଲକ୍ଷ ୧୭ହଜାର ୨୩ ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୬୯ । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ଆମେରିକାରେ ୭ଲକ୍ଷ ୬୪ ହଜାର ଆକ୍ରାନ୍ତ ହୋଇଛନ୍ତି । ୪୦ ହଜାର ୫୬୫ଜଣଙ୍କର ମୃତ୍ୟୁ ହୋଇଛି । ସ୍ପେନ୍‌ରେ ୧ଲକ୍ଷ ୯୮ ହଜାର, ୬୭୪ ଆକ୍ରାନ୍ତ ହୋଇଥିବା ବେଳେ ୨୦ ହଜାର ୪୫୩ ମୃତ୍ୟୁ ହୋଇଛି । ଫ୍ରାନ୍ସରେ ୧ଲକ୍ଷ ୫୨ହଜାର ଆକ୍ରାନ୍ତ ହୋଇଥିବା ବେଳେ ୧୯ ହଜାର ୭୧୮ ଜଣଙ୍କର ମୃତ୍ୟୁ ହୋଇଛି ।