ଭଦ୍ରକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭଦ୍ରକ,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୭ ଜଣ କରୋନା ରୋଗୀ ଚିହ୍ନଟ ହେବାପରେ ସାଧାରଣରେ ଭୟ ଦେଖାଦେଇଛି। ତେବେ ରାଜ୍ୟରେ ଧିରେ ଧିରେ କରୋନା ସ୍ଥିତି ନିୟନ୍ତ୍ରଣ ହେଉଥିବା ବେଳେ ଏକାଥରକେ ରାଜ୍ୟରୁ ୭ ଜଣ କରୋନା ପଜିଟିଭ କେସ୍ ସାଧାରଣ ଭୟଭୀତ ହେଉଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ଉକ୍ତ ୭ ଜଣଙ୍କ ମଧ୍ୟରେ ୫ ଜଣ ଭଦ୍ରକରୁ ଥିବା ବେଳେ ୨ ଜଣ ବାଲେଶ୍ୱର ବୋଲି ସୂଚନା ଓ ଜନସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି।

ସେହିପରି ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳରୁ ୨ଜଣ ଏବଂ ବାସୁଦେବପୁର ଅଞ୍ଚଳରୁ ୩ଜଣ। ଏ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଭଦ୍ରକରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ବେଳେ, ବାଲେଶ୍ୱରରେ ଏହି ସଂଖ୍ୟା ୩ରେ ପହଞ୍ଚିଛି।