ଲକଡାଉନ ବେଳେ ମନ୍ଦିର ଯାଇ ନିଲମ୍ବିତ ହେଲେ ବଡଚଣା ଆଇଆଇସି

ଭୁବନେଶ୍ଵର,ଏନ୍ଏନ୍ଏସ୍: ଲକଡାଉନ କଟକଣା ସମୟରେ ଆଇଆଇସି ଠାକୁରୂ ଦର୍ଶନ କରିବାକୁ ଯାଇ ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ଲକଡାଉନ ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଯାଇଥିଲେ ବଡ଼ଚଣା ଆଇଆଇସି। ଏହି ଘଟଣାକୁ ଡିଜିପି ଅଭୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଭାବେ ଗ୍ରହଣ କରି ଆଇଆଇସି ଦୀପକ କୁମାର ଜେନାଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନା ଅନୁସାରେ ବଡ଼ଚଣା ଥାନା ଆଆଇସି ଗତକାଲି ପୁରୀ ଶ୍ରୀମନ୍ଦିରକୁ ପରିବାର ସହ ପ୍ରବେଶ କରିଥିଲେ। ରାଜ୍ୟରେ ଲକଡାଉନ ଚାଲିଥିବା ସେତ୍ତେ୍ୱ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ଓ ତାଙ୍କ ପରିବାର ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିଥିଲେ। ଫଳରେ ସେ ପରିବାର ସହ ସିଂହଦ୍ୱାର ଥାନାରେ ଅଟକ ଥିଲେ। ତେବେ ଏହି ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା। ଡ୍ୟୁଟିରେ ଥିବା ହାବିଲଦାରଙ୍କ କହିବା ଅନୁଯାୟୀ, ସେ ମନା କରିବା ସତ୍ତ୍ୱେ ଆଇଆଇସି ଜବରଦସ୍ତ ପ୍ରବେଶ କରିଥିଲେ। ସିଂହଦ୍ୱାର ଥାନାରେ ହାବିଲଦାରଙ୍କ ଏତଲା କ୍ରମେ ମାମଲା ରୁଜୁ ହୋଇଥିଲା।