ରାୟଗଡ଼ା,ଏନ୍ଏନ୍ଏସ୍: ବାପା ଏବଂ ସାବତ ମାଆ ମିଶି ଜଣେ ୧୩ ବର୍ଷିୟା ନାବାଳିକାକୁ ଅତ୍ୟାଚାର ଏବଂ ମାନସିକ ନିର୍ଯାତନା ଦେଇଆସୁଥିବା ବେଳେ ଝିଅଟି ଅତ୍ୟାଚାର ସହ୍ୟ କରିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସୂଚନା ମୁତାବକ ଆମ୍ବାଦଳା ଥାନା ଆନ୍ତର୍ଗତ ରଘୁବାରୀ ଗ୍ରାମ ହରିଜନ ସାହିର ନରସିଂହ ଟାକ୍ରୀ ଏବଂ ତାଙ୍କର ଦ୍ୱିତୀୟ ପତ୍ନୀ କୋଦମଣୀ ଟାକ୍ରୀ ନରିସଂହ ଟାକ୍ରୀଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ ପ୍ରତି ଅତ୍ୟାଚାର କରିଆସୁଥିଲେ। ଅତ୍ୟାଚାର ସହ୍ୟ କରିନପାରି ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଥିଲେ।
ଏ ନେଇ ନାବାଳିକାର ସମ୍ପର୍କୀୟ ଚିତ୍ର ସେନା ସୁନା ଆମ୍ବାଦଳା ଥାନାରେ ଏକ ମାମଲା ରୁଜୁ କରିଥିଲେ। ସୂଚନାକୁ ଆଧାର କରି ଆମ୍ବାଦଳା ଥାନାରେ କେସ୍ ନଂ-୪୨/୧୭-୦୪-୨୦୨୦ରେ ଦଫା ୩୦୬/ ୩୪ରେ ମାମଲା ରୁଜୁ କରି ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରାଯାଇଛି। ତେବେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଷମକଟକ ଜେଏମଏଫସି କୋର୍ଟ ହାଜତକୁ ପଠାଯାଇଛି।