ନିର୍ମାଣ ଶ୍ରମିକ କାର୍ଡ଼ଥିବା ସତ୍ତ୍ୱେ ମିଳିଲାନି ସହାୟତା, ତାଲିକାରେ ତୃଟି ଅଭିଯୋଗ କଲେ ହିତାଧିକାରୀ

ରାମନାଗୁଡା,ଏନ୍ଏନ୍ଏସ୍: ଗରିବଙ୍କୁ ଉପହାସ କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ନିର୍ମାଣ ଶ୍ରମିକ ସହାୟତା ରାଶି ପ୍ରଦାନରେ ତୃଟି ରହିଥିବା ଅଭିଯୋଗ କରିଛନ୍ତି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକର ଅନେକ ନିର୍ମାଣ ଶ୍ରମିକ ହିତାଧିକାରୀ। ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ପାଇଁ ୧୫ଶହ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି। ରାମନାଗୁଡା ବ୍ଲକର ୧୨ଟି ପଞ୍ଚାୟତରେ ମୋଟ ୨୨୩୬ଜଣଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଥିବା ନେଇ ବ୍ଲକ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ନିର୍ମାଣ ଶ୍ରମିକଙ୍କର କାର୍ଡ଼ଥିବା ଓ କାର୍ଡ଼ ନବୀକରଣ କରିଥିବା ସତ୍ତ୍ୱେ ସେମାନଙ୍କ ନାମ ବ୍ଲକକୁ ଆସିଥିବା ତାଲିକାରେ ନଥିବା ଯୋଗୁଁ ସେମାନଙ୍କ କୌଣସି ଆର୍ଥିକ ସହାୟତା ପାଇନାହାନ୍ତି।

ସୂଚନା ପ୍ରକାରେ ରାମନାଗୁଡା ବ୍ଲକ୍ ନିର୍ମାଣ ଶ୍ରମିକ ବୁଲି କଣ୍ଡାଗରୀ, କମଳା ବେହେରା, କୁମାରୀ କଣ୍ଡାଗରୀ, ସକୁନ୍ତଳା ବିଡିକା, କାଳିଆ କଣ୍ଡାଗରୀ ଭଳି ଗରୀବ ଶ୍ରେଣୀର ଲୋକମାନେ ସହାୟତା ପାଇବାରେ ବଞ୍ଚିତ ରହିଛନ୍ତି। ଗ୍ରାମର କିଛି ଦଲାଲ ଶ୍ରମିକକାର୍ଡ଼ କରାଇଦେବା ନାଁରେ ଟଙ୍କା ନେଇଯାଇଥିବା ଗ୍ରାମର ନିର୍ମାଣ ଶ୍ରମିକ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।ଚ ସେହିପରି ନିର୍ମାଣ ଶ୍ରମିକ ବୁଲି କଣ୍ଡାଗରୀ, କମଳା ବେହେରା କହିଛନ୍ତି ଯେ ଆମେ ଦୈନିକ କୁଲିମଜୁରୀ କରି ଗୁଜୁରାଣ ମେଣ୍ଟାଉଥିବା ଶ୍ରମିକଙ୍କ କ୍ଷେତ୍ରରେ ଏହି ସହାୟତା ଉପହାସ ହୋଇଥିବା କହିଛନ୍ତି। ତେଣୁ ଏହାର ତଦନ୍ତ କରାଯିବା ସହିତ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ନିର୍ମାଣ ଶ୍ରମିକ କାର୍ଡ଼ ପ୍ରଦାନ ପାଇଁ ଶ୍ରମିକମାନେ ଦାବି କରିଛନ୍ତି।