ରମଜାନକୁ ନେଇ ଦିଶା ନିର୍ଦ୍ଦେଶ କଲା ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ: ମୁସଲମାନଙ୍କ ଧାର୍ମିକ ମାସ ରମଜାନ ଆରମ୍ଭ ହେବାକୁ ଯାଉଥିବା ବେଳେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛି ଦିଶା ନିର୍ଦ୍ଦେଶ କରିଛିି। କାରଣ ଏହି ସମୟରେ ସମସ୍ତେ ଏକତ୍ରିତ ଭାବେ ପ୍ରାର୍ଥନା କରିବା ସହ ଉପବାସ ମଧ୍ୟ ଭାଙ୍ଗିଥାନ୍ତି । ଏହାଦ୍ୱାରା ସାମାଜିକ ଦୂରତ୍ୱ ବଜାୟ ରହିବା ସମ୍ଭବ ହୋଇନଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
– ରମଜାନ ପାଇଁ ଯଦି ଅଧିକ ଲୋକଙ୍କୁ ଏକତ୍ରିତ ହେବାକୁ ପରାମର୍ଶ ଦିଆଯାଉଛି ତେବେ କୋଭିଡ-୧୯ ବିପଦକୁ କମ୍ କରିବାର ବ୍ୟବସ୍ଥା କରାଯାଉ।
– ରମଜାନ ସମୟରେ ପରସ୍ପରକୁ ଅଭିବାଦନ ଜଣାଇବା ପାଇଁ ମୁଣ୍ଡ ନୁଆଁଇବା ଉପରେ ପ୍ରାଧାନ୍ୟ ଦିଆଯାଉ।
– କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଏହି ସମୟରେ ଘରୁ ବାହାରିବାକୁ ଅନୁମତି ଦିଆନଯାଉ।
– ବୃଦ୍ଧ କିମ୍ବା ଅସୁସ୍ଥ ଲୋକମାନଙ୍କ ଘରେ ରହିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉ।
– ଯଦି କୌଣସି କାରଣବଶତଃ ରମଜାନ ସମୟରେ ନମାଜ ପଢ଼ିବା ପାଇଁ ଅଧିକ ଲୋକ ଏକତ୍ରିତ ହୁଅନ୍ତି ତେବେ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱାରୋପ କରାଯାଉ।
– ମସଜିଦରେ ବି ଯଦି ଲୋକେ ଏକଜୁଟ ହୁଅନ୍ତି ତେବେ ପରସ୍ପରଠାରୁ ଦୂରତା ବଜାୟ ରଖି ଭିତରକୁ ପ୍ରବେଶ କରନ୍ତୁ।
– ରମଜାନରେ କରୋନା ସଂକ୍ରମଣରୁ ଦୂରେଇ ରହିବାର ସମସ୍ତ ଉପାୟକୁ ସରକାର ସୁନିଶ୍ଚିତ କରନ୍ତୁ।
– ରମଜାନରେ ସାମାଜିକ ଓ ଧାର୍ମିକ ସମାରୋହ ସମ୍ପର୍କରେ ସ୍ପଷ୍ଟ ଭାବେ ସୂଚନା ଦିଆଯାଉ।