କାଲିଠୁ ଅଫିସ୍ ଆସିବେ ସମସ୍ତ ଗ୍ରୁପ-ଏ ଅଧିକାରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ଗ୍ର୍ରୁପ୍-ଏ ଅଧିକାରୀମାନେ ଅଫିସ ଆସିବେ। ତେବେ ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରେ ସମସ୍ତ ସରକାରୀ ରେଭିନ୍ୟୁ ଏବଂ ସବ୍ ରେଜିଷ୍ଟ୍ରାର ଅଫିସ ଗୁଡ଼ିକୁ ୩୩ ପ୍ରତିଶତ କର୍ମଚାରୀଙ୍କ ସହିତ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ୧୦୦ ପ୍ରତିଶତ ଅଧିକାରୀଙ୍କ ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ପୂର୍ବରୁ ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଳାହାଣ୍ଡି, ଢ଼େଙ୍କାନାଳ ଓ ଯାଜପୁରରେ କମ ସଂଖ୍ୟାରେ ଅଧିକାରୀମାନେ ଅଫିସ ଆସୁଥିବା ବେଳେ ବର୍ତ୍ତମାନ ସବୁ ଅଧିକାରୀ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ହୋଇଛି। ଏଥିରେ ଜିଲ୍ଲାପାଳ, ଉପ-ଜିଲ୍ଲାପା, ଆରଡିସି, ତହସିଲ, ଆରଆଇ ଅଫିସ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।