ଗାଁ’ ଗାଁ’ରେ ବୁଲିଲା ଭ୍ରାମ୍ୟମାଣ ଭ୍ୟାନ

ପାଟଣା,ଏନ୍ଏନ୍ଏସ୍ : କରୋନା ମହାମାରୀ ପାଇଁ ସାରାରାଜ୍ୟ ଲକ ଡାଉନ ଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ଜନ ସାଧାରଣଙ୍କୁ ବ୍ୟାଙ୍କ ଜରିଆରେ ସହାୟତା ରାଶି ପ୍ରଦାନ କରିଛନ୍ତି। ସାମାଜିକ ଦୂରତାକୁ ବିଶେଷ ଧ୍ୟାନ ଦିଆ ଯାଇ ଏହି ସହାୟତା ରାଶି ପାଇଁ ଲୋକେ ବ୍ୟାଙ୍କକୁ କେନ୍ଦୁଝର ଜିଲ୍ଲା ପାଟଣା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ, ଆଜି ଭ୍ରାମ୍ୟମାଣ ଭ୍ୟାନ ଯୋଗେ ୧୦ ଟି ଗାଁ ର ୧୮୧ ଜଣ ହିତାଧିକାରୀଙ୍କୁ ଉଜ୍ୱଳା ଓ ପି,ଏମ, ଜି ଏଚ ସ୍କିମ ରେ କରୋନା ପାଇଁ ଆସିଥିବା ଆର୍ôଥକ ସହାୟତା ରାଶି ଯୋଗାଇ ଦିଆଯାଇଛି। କାର୍ଯ୍ୟକ୍ରମକୁ କେନ୍ଦୁଝର ବ୍ୟାଙ୍କ ଅଫ ଇଣ୍ଡିଆର ଆଂଚଳିକ ପ୍ରବନ୍ଧକ ସୌନ୍ଦର୍ଯ୍ୟ ଭୂଶଣ ସାହାଣୀ ଓ ପାଟଣା ବ୍ରାଂଚ ମ୍ୟାନେଜର ଗୋବିନ୍ଦ ସାହୁ ପରିଚାଳନା କରିଥିଲେ। କରୋନା ପାଇଁ ଲକ ଡାଉନ ଜାରି ରହିଥିବା ବେଳେ ଗ୍ରାହକଙ୍କୁ ଘରେ ଥାଇ କିଭଳି ଆର୍ôଥକ ସହାୟତା ମିଳିପାରିବ ସେନେଇ ଏ ବ୍ୟବସ୍ଥା ହୋଇଥିବା ବ୍ରାଂଚ ମ୍ୟାନେଜର ଗୋବିନ୍ଦ ସାହୁ କହିଛନ୍ତି। ହିତାଧିକାରୀଙ୍କୁ ଉଜ୍ୱଳା ଯୋଜନାରେ ୮୦୪ଟଙ୍କା ଓ ଜନଧନ ଯୋଜନା ରେ ୫୦୦ ଟଙ୍କା ଲେଖା ଦିଆଯାଇଛି।