ଭାରତକୁ ଆମେରିକା ଦେବ ଆର୍ଥିକ ସହାୟତା

ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ଆମେରିକା ସମଗ୍ର ବିଶ୍ୱର ଅନେକ ଦେଶକୁ ଆର୍ଥିକ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି। ହ୍ୱାଇଟହାଉସ ପକ୍ଷରୁ ଜାରି ହୋଇଥିବା ସୂଚନା ମୁତାବକ ଭାରତକୁ ୫.୯ ମିଲିୟମ ଆମେରିକା ଡଲାର ପ୍ରଦାନ କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେହିପରି ପାକିସ୍ତାନକୁ ପାଖାପାଖି ୯.୪ ମିଲିୟମ ଡଲାର ପ୍ରଦାନ କରିବ। ପୂର୍ବରୁ ଆମେରିକାକୁ ଭାରତ ହାଇଡ୍ରୋକ୍ଲୋରୋକୁଇନ୍ ବଟିକା ଯୋଗାଇ ସାରିଛି।